୪ହଜାର ମାସ୍କ ବଣ୍ଟନ

ଚମ୍ପୁଆ, ୩୦।୪(ଡି.ଏନ.ଏ)- କରୋନା ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ ହାତଧୂଆ ଓ ମାସ୍କ ପିନ୍ଧିବା ଅତ୍ୟାବଶକ ହୋଇ ପଡିଥିବା ବେଳେ ଚମ୍ପୁଆ ବ୍ଲକର ୯ ଗୋଟି ପଞ୍ଚାୟତରେ ଜଗତ ଜନନୀ ସେବାଟ୍ରଷ୍ଟ ପ୍ରମୁଖ ତଥା ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ନିର୍ଦ୍ଦେଶରେ ୪୦୦୦ ମାସ୍କ ବଣ୍ଟନ କରାଯାଇଛି। ସୂଚନା ଅନୁସାରେ ମହାକୁଡଙ୍କ ନିର୍ଦ୍ଦେଶ ଅନୁସାରେ ସଂସଦ ବ୍ଲକ ପ୍ରତିନିଧି ଗଣେଷ ଖିଲାର, ଟ୍ରଷ୍ଟ ସଭ୍ୟ ଭୋଳାନାଥ ସେଠି ଓ ପାଣ୍ଡବ ଖିଲାର ପ୍ରମୁଖ ଭଣ୍ଡା, ଉଚ୍ଚବାଲି, ସଡଙ୍ଗି, ଜଜପଶି, ଜ୍ୟୋତିପୁର, ରଙ୍ଗାମାଟିଆ, ଭୂଇଁପୁର,ପଡୁଆ ଓ ଜାଲି ଅଞ୍ଚଳରେ ଏହି ମାସ୍କ ବଣ୍ଟନ କରାଯାଇଛି। ଏଥିସହିତ ଗ୍ରାମ ବାସୀଙ୍କୁ ଲକଡାଉନ ସମୟରେ ଘରେ ରହିବା, ନିୟମିତ ସାବୁନରେ ହାତ ଧୋଇବା ପାଇଁ ପରାମର୍ଶ ଦେଇଛନ୍ତି। ଫଟୋ-
ସେବା ଟ୍ରଷ୍ଟ ପକ୍ଷରୁ ମାକ୍ସ ବଣ୍ଟନ କରାଯାଇଛି।