Categories: ଫୁରସତ

୪ହଜାର ବର୍ଷ ପୂର୍ବେ ତିଆରି ହୋଇଥିଲା ରୁଟି

ପ୍ରତିଦିନ ଖାଦ୍ୟରେ ସାମିଲ ଥିବା ରୁଟି କେବେ ପ୍ରସ୍ତୁତ କରାଯାଇଥିଲା ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ହେଲେ ନିକଟରେ ମିଳିଥିବା ଏକ ତଥ୍ୟରୁ ଜଣାପଡେ କି ୪ ହଜାର ବର୍ଷ ତଳେ ରୁଟି ପ୍ରସ୍ତୁତ କରାଯାଇଥିଲା। ଉତ୍ତର ପୂର୍ବ ଯୋଡାନରେ ଏମିତି କିଛି ଅବଶେଷ ମିଳିଛି ଯାହା ରୁଟି ତିଆରିର ଇତିହାସ ସମ୍ପର୍କରେ ସୂଚନା ଦେଉଛି। ଏଠାରେ ପ୍ରାୟ ୪ହଜାର ବର୍ଷ ପୂର୍ବେ ଲୋକେ ଫ୍ଲାଟ ବ୍ରେଡ୍‌ ବା ରୁଟି ତିଆରି କରୁଥିଲେ ବୋଲି ଗବେଷକମାନେ କହିଛନ୍ତି। ଏଠାରେ ସେମାନେ ପଥରରେ ତିଆରି ଏକ ଚୁଲିର ସନ୍ଧାନ ମଧ୍ୟ ପାଇଛନ୍ତି। ତେଣୁ ହଜାର ହଜାର ବର୍ଷ ପୂର୍ବରୁ ଲୋକେ କୃଷି ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଉଥିବା ଏମାନେ କହିଛନ୍ତି। ଏମାନଙ୍କ ମତରେ ଏହାର ବହୁ ବର୍ଷ ପୂର୍ବରୁ ପୂର୍ବ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ମଧ୍ୟ ଲୋକେ ରୁଟି ପ୍ରସ୍ତୁତ କରିବା ଜାଣିଥିଲେ। ଏଥିପାଇଁ ସେମାନେ ଏକ ଜଙ୍ଗଲି ଶସ୍ୟର ବ୍ୟବହାର କରୁଥିବା ଅନୁମାନ କରାଯାଏ।

Share