Categories: ଜାତୀୟ

୩ ମାସ ପରେ ଜମ୍ମୁ-କଶ୍ମୀରରେ ଆରମ୍ଭ ହେଲା ରେଳ ସେବା

ଶ୍ରୀନଗର,୧୧।୧୧: ଜମ୍ମୁ-କଶ୍ମୀରରେ ୩ ମାସ ପରେ ରେଳ ସେବା ସୋମବାରଠାରୁ ଆରମ୍ଭ ହୋଇଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏଠାରେ ଅଗଷ୍ଟ ୫ଠାରୁ ଉତ୍ତର କଶ୍ମୀରର ବାରମୁଳାରୁ ଦକ୍ଷିଣ କଶ୍ମୀରର ବନିହାଲ ପର୍ଯ୍ୟନ୍ତ ରେଳ ସେବାକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଥିଲା। ସେହିପରି ଅଯୋଧ୍ୟା ରାୟ ପ୍ରକାଶକୁ ନେଇ ଏଠାରେ ସ୍କୁଲ କଲେଜ ବନ୍ଦ କରାଯାଇଥିଲା। ତେବେ ସ୍କୁଲ କଲେଜ ସୋମବାରଠାରୁ ପୁଣି ଖୋଲା ଯାଇଛି। ଆବଶ୍ୟକତାଙ୍କ ଦୃଷ୍ଟିରେ ରଖି କେତେକ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବାର ସମ୍ଭାବନା ଥିବା ଜମ୍ମୁ ସଂଭାଗର କମିଶନର ସଞ୍ଜିବ ବର୍ମା ସୂଚନା ଦେଇଛନ୍ତି।

Share