Categories: ବାଣିଜ୍ୟ

୩ ବ୍ୟାଙ୍କକୁ ୮୬୫୫ କୋଟି ଟଙ୍କାର ପୁଞ୍ଜି

ନୂଆଦିଲ୍ଲୀ,୨୮-୧୨: ସରକାର ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଲାଗି ୮୬୫୫ କୋଟି ଟଙ୍କାର ପୁଞ୍ଜି ସହାୟତା ଘୋଷଣା କରିଛନ୍ତି। ଏହା ମଧ୍ୟରେ ଆଲ୍ଲାହାବାଦ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ରହିଛି। ଅର୍ଥ ମନ୍ତ୍ରଣାଳୟ ଆଲ୍ଲାହାବାଦ ବ୍ୟାଙ୍କକୁ ୨,୧୫୩ କୋଟି, ୟୁକୋ ବ୍ୟାଙ୍କକୁ ୨,୧୪୨ କୋଟି ଏବଂ ଇଣ୍ଡିଆନ ଓଭରସିଜ ବ୍ୟାଙ୍କକୁ ସର୍ବାଧିକ ୪,୩୬୦ କୋଟି ଟଙ୍କା ପ୍ରଦାନ କରିଛି। କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ପୁଞ୍ଜି ପ୍ରଦାନ ଯୋଜନାରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

Share