Posted inଜାତୀୟ

୩ ବର୍ଷ ପରେ ବୃଦ୍ଧ ଦମ୍ପତିଙ୍କୁ ମିଳିଲା ନ୍ୟାୟ: ପୁଅ ବୋହୂ ତଡ଼ିଦେଇଥିଲେ ଘରୁ

ମୁମ୍ବାଇ,୨୬।୬: ଆଜିକାଲି ପିଲାମାନେ ଯେତିକି ଶିକ୍ଷିତ ହେଉଛନ୍ତି ସେତିକି ନିଜର ମାନବିକତା, ମଣିଷପଣିଆ ଓ ଆଚାର ବ୍ୟବହାର ସବୁ ଭୁଲିଯାଉଛନ୍ତି। ଦିନେ ଯେଉଁ ମା ବାପାଙ୍କ ହାତ ଧରି ଚାଲିବା ଶିଖିଥିଲେ ସେହି ପୁଅ ତାଙ୍କୁ ବୃଦ୍ଧାବସ୍ଥାରେ ଘରୁ ବାହାର କରିଦେବାକୁ ପଛଘୁଞ୍ଚା ଦେଉନାହିଁ। ଆଜିକାଲି ଏହି ମାମଲା ବହୁସଂଖ୍ୟାରେ ଦେଖିବାକୁ ମିଳୁଛି। କିଛି ଏଭଳି ଘଟଣା ଘଟିଛି ମୁମ୍ବାଇର ବୋରିବେଲୀରେ। ସୂଚନାଯୋଗ୍ୟ, ବୋରିବେଲୀରେ ବୃଦ୍ଧ ଦମ୍ପତି ବ୍ରଜେଶ ସୋନୀ(୭୧) ଓ ଚମେଲୀ ଦେବୀ(୬୯) ପୁଅ ପ୍ରଦୀପ ଓ ବୋହୂ ଚାନ୍ଦିନୀଙ୍କ ସହ ରହୁଥିଲେ। ତେବେ ୨୦୧୬ରେ ପୁଅ ବୋହୂ ତାଙ୍କୁ ଧକ୍କାମାରି ଘରୁ ତଡିଦେଇଥିଲେ। ଏହାପରେ ବ୍ରଜେଶ ରେଲଓ୍ବେ ଷ୍ଟେଶନ୍‌ର ପ୍ଲାଟଫର୍ମରେ ରହୁଥିବା ବେଳେ ପତ୍ନୀ ଚମେଲୀ ଏକ ଶିବ ମନ୍ଦିରରେ ନିଜ ଝିଅ ସହ ରହୁଥିଲେ। ଏହି ୩ ବର୍ଷ ଭିତରେ ସେ ନ୍ୟାୟ ପାଇଁ ବହୁ ସରକାରୀ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ କଥାକୁ କେହି କର୍ଣ୍ଣପାତ କରି ନ ଥିଲେ। ଏହାପରେ ସେମାନେ ବାନ୍ଦ୍ରାରେ ଥିବା ଜିଲା ଅଧିକାରୀଙ୍କ କାର୍ଯ୍ୟାଳକୁ ଯାଇଥିଲେ। ସେଠାରେ ମେଣ୍ଟେନାନ୍ସ ଆଣ୍ଡ ଓ୍ବେଲଫେୟାର ଅଫ୍‌ ପ୍ୟାରେଣ୍ଟସ୍‌ ଆଣ୍ଡ ସିନିୟର ସିଟିଜେନ୍‌ ଆକ୍ଟ ୨୦୦୭ ଦ୍ୱାରା ଚଳିତ ମାସ ୧୮ରେ ତାଙ୍କୁ ନ୍ୟାୟ ମିଳିଥିଲା। ପ୍ରଦୀପ ତୁରନ୍ତ ନିଜ ଘର ଛାଡି ମା ବାପାଙ୍କୁ ହସ୍ତାନ୍ତର କରିବା ପାଇଁ ଏସ୍‌ଡିଓ ନିର୍ଦ୍ଦେଶ ଦେଇଥିଲେ। ହେଲେ ପୋଲିସର ଅବହେଳା ଓ ପ୍ରଦୀପ ଏବଂ ଚାନ୍ଦିନୀଙ୍କ ବିରୋଧ ଯୋଗୁ ଏହା ସମ୍ଭବ ହୋଇ ନ ଥିଲା। ତେବେ ଜୁନ ୧୧ରେ ବ୍ରଜେଶ ସମାଜ କଲ୍ୟାଣ ମନ୍ତ୍ରୀ ରାଜକୁମାର ବଡୋଲେଙ୍କୁ ଭେଟି ଏହି ବାବଦରେ ଜଣାଇଥିଲେ। ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ମିଳିବା ସହ ନିଜ ଘର ମଧ୍ୟ ମିଳିଥିଲା। ଏହାପରେ କସ୍ତୁରବା ପୋଲିସ ସରକାରୀ କାର୍ଯ୍ୟରେ ବାଧା ଦେଇଥିବା ଅଭିଯୋଗରେ ପୁଅ ବୋହୂଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କୁ ଜୁଲାଇ ୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri