Categories: ବାଣିଜ୍ୟ

୩ ବର୍ଷର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୩-୧୨: ନଭେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୩ ବର୍ଷର ସର୍ବୋଚ୍ଚ ସ୍ତର ୫.୫୪% ସ୍ତର ଛୁଇଁଛି। ଖାଦ୍ୟ ସାମଗ୍ରୀ ଦର ବଢିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି। ଖାଉଟି ମୂଲ୍ୟସୂଚୀ (ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ୨୦୧୮ ଅକ୍ଟୋବରରେ ୪.୬୨% ଥିବାବେଳେ ନଭେମ୍ବରରେ ୨.୩୩% ରହିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍‌ଏସ୍‌ଓ) ଡାଟା ମୁତାବକ ଖାଦ୍ୟ ସାମଗ୍ରୀରେ ମୁଦ୍ରାସ୍ଫୀତି ୧୦.୦୧% ବଢିଛି। ଏହା ଗତ ବର୍ଷ ନଭେମ୍ବରରେ ୭.୮୯% ଏବଂ ଅକ୍ଟୋବରରେ (-) ୨.୬୧% ରହିଥିଲା। ଏହା ପୂର୍ବରୁ ୨୦୧୬ରେ ସିପିଆଇର ସର୍ବୋଚ୍ଚ ସ୍ତର ୬.୦୭% ରହିଥିଲା। ମୁଦ୍ରାସ୍ଫୀତିକୁ ୪% ମଧ୍ୟରେ ସୀମିତ କରିବାକୁ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଥିବା ବେଳେ ଏହା ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ରହିଥିବା ଜଣାପଡିଛି।

Share