୩ ବର୍ଷର ଶିଶୁକନ୍ୟାଙ୍କୁ ଚାପିଦେଲା ଜେସିବି

ଛେଣ୍ଡିପଦା,୨୫।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମର ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ଜେସିବି ଚାପିଦେବାରୁ ତାଙ୍କର ଜୀବନ ଚାଲିଯାଇଛି।
ସୂଚନାଯୋଗ୍ୟ, ଜିଲା ଖଣିଜ ପାଣ୍ଠିରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ନୂଆଗାଁ ପଞ୍ଚାୟତର ଭାଲୁବୋଲ ନିକଟରେ ପାଇପ ଲାଇନ କାମ ଚାଲୁଥିବାବେଳେ ନୂଆଗାଁ ଗ୍ରାମର ପଞ୍ଚୁ ନାଏକଙ୍କ ଝିଅ ପିପିଲି(୩)ଙ୍କୁ ଜେସିବି ଚାପି ଦେଇଥିଲା। ଗ୍ରାମବାସୀ ଜେସିବିକୁ ଅଟକ ରଖିବା ସହିତ ଗାଡ଼ି ଚାଳକଙ୍କୁ ମଧ୍ୟ ଅଟକ ରଖିଛନ୍ତି। ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଏ ପର୍ଯ୍ୟନ୍ତ ପୋଲିସ ପହଞ୍ଚି ପାରିନାହିଁ।