୩ ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ

ଆର.ଉଦୟଗିରି,୫ା୪(ଡି.ଏନ.ଏ.)-ସାରା ରାଜ୍ୟରେ କରୋନା ଭଳି ମହାମାରୀକୁ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୧ ଦିନର ଲକ୍‌ଡାଉନ ଘୋଷଣା କରାଯାଇଛି। ରବିବାର ଲକ୍‌ଡାଉନ ୧୨ ଦିନରେ ପହଞ୍ଚିଛି। ଏହାର ପ୍ରଭାବରେ ଅତ୍ୟାବଶ୍ୟକ ଦୋକାନ ଖୋଲା ରହୁଥିବା ବେଳେ ଅନ୍ୟ ଦୋକାନ ବଜାର ବନ୍ଦ ରହିଛି। ଫଳରେ କୁଲି କାମ କରୁଥିବା ଅସହାୟ, ମସ୍ତିସ୍କ ବିକୃତ ଓ ଅକର୍ମଣ୍ୟ ଲୋକମାନେ ଖାଇବାକୁ ନ ପାଇ ହଇରାଣ ହୋଇଥାନ୍ତି। ତେଣୁ ସରକାର ବ୍ଲକର ପ୍ରତି ପଞ୍ଚାୟତରେ ଏହି ନିରୀହ ଅସହାୟ ଲୋକମାନଙ୍କ ସୁବିଧା ପାଇଁ ପ୍ରତି ପଞ୍ଚାୟତରେ ରନ୍ଧା ଖାଦ୍ୟ ଦେବା ପାଇଁ ବ୍ଲକର ପ୍ରତ୍ୟେକ ପଞ୍ଚାୟତକୁ ନିର୍ଦ୍ଦେଶ ଦେଇଛନ୍ତି। ଆର.ଉଦୟଗିରି ବ୍ଲକ ରଣ୍ଡିବା, ଅବାରସିଂ ଓ ଛେଳିଗଡ ପଞ୍ଚାୟତରେ ମଧ୍ୟ ରନ୍ଧା ଖାଦ୍ୟ ଅସହାୟକଙ୍କୁ ବଣ୍ଟନ କରିଯାଇଥିଲା।