୩ ଦିନିଆ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ:ଭାଗନେଲେ ୪ ଶହ ପ୍ରଶିକ୍ଷାର୍ଥୀ

ଡୁବୁରୀ/କଳିଙ୍ଗନଗର,୩୦-୮(ଡି.ଏନ୍‌.ଏ.)- ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ବେଷଣ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ପକ୍ଷରୁ ଦାନଗଦୀ ନଡିଆଭଙ୍ଗା ପଞ୍ଚାୟତର ଶାଳିଜଙ୍ଗାଠାରେ ୩ ଦିନିଆ ଫୁଟବଲ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ଟାଟା ଷ୍ଟିଲ କରପୋରେଟ୍‌ ସୋସିଆଲ ରେଶପନସିବିଲିଟି (ସିଆରଏସ), ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ଓ ଜାମଶେଦପୁର ଫୁଟବଲ କ୍ଲବର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ୮ରୁ ୧୮ ବର୍ଷ କମ୍‌ ଯୁବ ଓ ଶିଶୁ ଖେଳାଳୀଙ୍କୁ ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ। କଳିଙ୍ଗନଗର, ସୁକିନ୍ଦା ଓ ବ୍ରାହ୍ମଣୀପାଳ ଅଞ୍ଚଳରୁ ୪ ଶହ ଯୁବ ଓ ଶିଶୁ ପ୍ରତିଭା ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଉଛନ୍ତି। ତେବେ ଉନ୍ନତ ମାନର ପ୍ରଶିକ୍ଷଣ ପାଇଁ ୨୭ ଓ ୨୮ ତାରିଖ ଦୁଇଦିନ ଧରି ପ୍ରଶିକ୍ଷକମାନଙ୍କୁ ମଧ୍ୟ ତାଲିମ ଦିଆଯାଇଥିଲା। ମୋଟ ୨୩ ଜଣ ପ୍ରଶିକ୍ଷକ ଏହି ଶିବିରରେ ପ୍ରଶିକ୍ଷଣ ଦେଉଛନ୍ତି । ଗ୍ରାମାଞ୍ଚଳରେ ଲୁଚି ରହିଥିବା କ୍ରୀଡାପ୍ରେମୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣି ସେମାନଙ୍କର ବିକାଶ କରାଇବା ଲକ୍ଷ୍ୟରେ ଏହି ପ୍ରଶିକ୍ଷଣ ଶିବିର ବିଶେଷ ସହାୟକ ହେବ ବୋଲି ବିଧାୟକ ଘଡ଼ାଇ କହିଥିଲେ। ଏଥିସହ ସୁକିନ୍ଦା ଜିଲା ତଥା ସୁକିନ୍ଦା ଅଞ୍ଚଳର ଯୁବ ବର୍ଗଙ୍କୁ କ୍ରୀଡା କ୍ଷେତ୍ରରେ ଟାଟା ଷ୍ଟିଲ ସବୁ ପ୍ରକାର ସହାୟତା ଓ ସୁଯୋଗ ଦେଇ ଖେଳାଳିଙ୍କର ପ୍ରତିଭାର ବିକାଶ କରାଇବା ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଶିବିରରେ ଆଧୁନିକ କୌଶଳ ଓ ଉନ୍ନତ ମାନର କ୍ରୀଡା ପ୍ରଶିକ୍ଷଣ ପାଇ ତୃଣମୂଳ ସ୍ତରରୁ ଖେଳାଳିମାନେ ସେମାନଙ୍କ ଭବିଷ୍ୟତ ଗଢିବାର ସୁଯୋଗ ପାଇବେ ବୋଲି ଟାଟା ଷ୍ଟିଲ କଳିଙ୍ଗନଗରର ଜନେରାଲ ମ୍ୟାନେଜର ଆର୍‌.ଆର ଶତପଥୀ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ କହିଛନ୍ତି। ଟାଟା ଫୁଟବଲ ଏକାଡେମୀର ମୁଖ୍ୟ କୋଚ୍‌ ତଥା ଆଥଲେଟିକୋ ଡି ମାଦ୍ରିଦର ପୂର୍ବତନ କୋଚ କର୍ଲୋସସଣ୍ଟାମେରିନା କର୍ମଶାଳାରେ ଯୋଗଦେଇ ଖେଳାଳି ଓ କୋଚମାନଙ୍କ ମଧ୍ୟରେ ନିଜ ଅଭିଞ୍ଜତା ବାଣ୍ଟିଥିଲେ। ଟାଟା ଷ୍ଟିଲ ସିଆରଏସ୍‌ ମୁଖ୍ୟ ସୌରଭ ରାୟ, ଓଡ଼ିଶା ସିଆରଏସ୍‌ ମୁଖ୍ୟ ଅମ୍ବିକା ନନ୍ଦ, ସ୍ଥାନୀୟ ନଡିଆଭଙ୍ଗା, ଗୋବରଘାଟି, ରଣାଗୁଣ୍ଡି ପଞ୍ଚାୟତର ଜନପ୍ରତିନିଧି ଯୋଗ ଦେଇ ଟାଟା ଷ୍ଟିଲର ସାମାଜିକ ପତିବଦ୍ଧତାକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ, ୨୦୦୪ ରୁ ୨୦୦୯ ଯାଏଁ ଥିଲେ….

ଭୁବନେଶ୍ବର,୨୬।୧୨:  ପୂର୍ବତନ ବିଧାୟିକାଙ୍କ ପରଲୋକ । କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ବର ସ୍ଥିତ ବାସଭବନରେ ପରଲୋକ ହୋଇଥିବା ସୂଚନା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ: ରାଜନୀତିରେ ହଲଚଲ, ଆସିପାରେ ନୂଆ…

ଧର୍ମଶାଳା,୨୩ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri