Posted inଖେଳ

୩ ଥର ଅଲିମ୍ପିକ୍‌ ଚାମ୍ପିୟନ ମୋରୋଙ୍କ ପରଲୋକ

ସାନ ବେନିଟୋ,୩୧।୫(ଏପି): ୩ଥର ଅଲିମ୍ପିକ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା ପୂର୍ବତନ ଆମେରିକୀୟ ଧାବକ ବବି ଜୋଏ ମୋରୋଙ୍କ ପରଲୋକ ହୋଇଛି। ୧୯୫୬ ମେଲବୋର୍ନ ଅଲିମ୍ପିକ୍ସରେ ଟେକ୍ସାସର ଏହି ସ୍ପ୍ରିଣ୍ଟର ୩ଟି ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ଆବିଲେନ ଖ୍ରୀଷ୍ଟିଆନ ବିଶ୍ୱବିଦ୍ୟାଳୟରେ ଛାତ୍ର ହିସାବରେ ପଢୁଥିବା ବେଳେ ଏହି ବିରଳ ସଫଳତା ହାସଲ କରିଥିବା ମେରୋ ୮୪ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି। ସାନି ବେନିଟୋରେ ଥିବା ନିଜ ବାସଭବନରେ ସେ ସ୍ବାଭାବିକ ଭାବେ ମୃତ୍ୟୁ ବରଣ କରିଛନ୍ତି ବୋଲି ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି।
ମେଲବୋର୍ନ ଅଲିମ୍ପିକ୍ସରେ ସେ ୧୦୦, ୨୦୦ ମି. ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ୪୦୦ ମି. ରିଲେ ଦୌଡରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ। ୨୦୦ ମି.ରେ ସେ ୨୦.୬ ସେକେଣ୍ଡ ନେଇ ରେକର୍ଡର ସମକକ୍ଷ ହେବା ସହ ନିଜ ରିଲେ ଦଳକୁ ମଧ୍ୟ ବିଶ୍ୱ ରେକର୍ଡର ଅଧିକାରୀ କରିଥିଲେ। କ୍ୟାରିୟରରେ ସେ ଏକାଧିକ ପୁରସ୍କାର ଅର୍ଜନ କରିଥିଲେ। ସ୍ପୋଟର୍‌ସ ଇଲୁଷ୍ଟ୍ରେଟେଡ ତରଫରୁ ତାଙ୍କୁ ‘ସ୍ପୋଟର୍‌ସମ୍ୟାନ ଅଫ୍‌ ଇୟର’ ପୁରସ୍କାର ପ୍ରଦାନ କରାଯାଇଥିଲା। ହାରଲିନ୍‌ଗେନ୍‌ରେ ଜନ୍ମିତ ମୋରୋ ସାନ ବେନିଟୋରେ ବଡ଼ ହୋଇଥିଲେ। ସାନ ବେନିଟୋ ହାଇସ୍କୁଲ୍‌ରେ ସେ ଟ୍ରାକ ଆଣ୍ଡ ଫୁଟବଲ୍‌ ସହିତ ଜଡିତ ରହିଥିଲେ। ଏଠାରେ ଫୁଟବଲ ଷ୍ଟାଡିୟମକୁ ବବି ମୋରୋଙ୍କ ନାମରେ ନାମିତ କରାଯାଇଛି। ୧୯୮୯ରେ ତାଙ୍କୁ ଟ୍ରାକ୍‌ ଆଣ୍ଡ ଫିଲ୍ଡ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଥିଲା।
ଗୋଟିଏ ଅଲିମ୍ପିକ୍ସରେ ୧୦୦, ୨୦୦ ଦୌଡ଼ ଓ ୪୦୦ମି. ରିଲେ ରେସ୍‌ରେ ସେ ହାସଲ କରିଥିବା ରେକର୍ଡର ପରେ ସମକକ୍ଷ ହୋଇଥିଲେ ଆମେରିକାର କାର୍ଲ ଲୁଇସ୍‌ ଓ ଜାମାଇକାନ ଉସେନ ବୋଲ୍ଟ। ୧୯୫୮ରେ ସେ ଆଥଲେଟିକ୍ସରୁ ଅବସର ଘୋଷଣା କରିଥିଲେ। ଏହାପରେ ସେ ୧୯୬୦ରେ ଅବସରରୁ ଫେରିବାକୁ ପ୍ରୟାସ କରିଥିଲେ ମଧ୍ୟ ୟୁଏସ୍‌ ଅଲିମ୍ପିକ ଦଳ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri