୩ ଗୁହାଳ ଜଳିଗଲା : ୨୬ ଛେଳି, ୩ ଗୋରୁ ଜୀବନ୍ତ ଦଗ୍ଧ

ପଦ୍ମପୁର,୭।୯(ଡି.ଏନ୍‌.ଏ.) : ଭଦ୍ରକ ସଦର ବ୍ଲକ ଅଧୀନ ଗୋରାମାଟି ପଞ୍ଚାୟତର ଚଳପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ଟି ଗୁହାଳ ଜଳିଯାଇଛି। ଗ୍ରାମର ପରମେଶ୍ୱର ନାୟକ, ଲକ୍ଷ୍ମୀଧର ନାୟକ ଓ ସହଦେବ ନାୟକଙ୍କ ଗୁହାଳରେ ଏହି ଅଗ୍ନିକାଣ୍ଡ ଘଟି ୨୬ଟି ଛେଳି ଏବଂ ୩ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ଭଦ୍ରକ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ବିପନ୍ନ ପରିବାର ପଶୁପାଳନ କରି ଜୀବିକା ନିର୍ବାହ କରୁଥିବାବେଳେ ସମସ୍ତେ ଗରିବ ଶ୍ରେଣୀର। ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।