Posted inଖେଳ

୩ ଓ୍ବେଷ୍ଟଇଣ୍ଡିଜ ଖେଳାଳି ଇଂଲଣ୍ଡ ଯିବାକୁ ମନାକଲେ

ସେଣ୍ଟ ଜନ୍ସ(ଆଣ୍ଟିଗୁଆ),୪।୬(ପି.ଟି.)- କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଜୈବ-ସୁରକ୍ଷିତ ପରିବେଶରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତା ମାସରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ହେବାର କାର୍ଯ୍ୟସୂଚୀ ରହିଛି। କେବଳ ୟୁକେ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି। ଏଥିପାଇଁ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ) ପକ୍ଷରୁ ବୁଧବାର ୧୪ ଜଣିଆ ଦଳ ଘୋଷଣା କରାଯାଇଛି। ତେବେ ଏହି ଦଳର ୩ ସଦସ୍ୟ ଇଂଲଣ୍ଡ ଗସ୍ତ କରିବାକୁ ମନା କରିଦେଇଛନ୍ତି। ସେମାନେ ହେଲେ ଡାରେନ ବ୍ରାଭୋ, ସିମରନ ହେଟମେର ଓ କେମୋ ପଲ। ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ସାମିଲ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଖେଳାଳିଙ୍କ ମନୋଭାବକୁ ପୂର୍ଣ୍ଣ ସମ୍ମାନ ଦିଆଯିବ ବୋଲି ସିଡବ୍ଲ୍ୟୁଆଇ ପକ୍ଷରୁ ପ୍ରକାଶ କରାଯାଇଛି। ଖେଳାଳିମାନେ କାହିଁକି ଯିବାକୁ ମନା କରୁଛନ୍ତି ତାହା ସ୍ପଷ୍ଟ କରାଯାଇନାହିଁ। ”୭ ସପ୍ତାହ ବିଶିଷ୍ଟ ଏହି ଗସ୍ତରେ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ଜୈବ-ସୁରକ୍ଷିତ ପରିବେଶରେ ଟ୍ରେନିଂ ନେବେ ଏବଂ ଖେଳିବେ। ଏହି ସମୟରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଗୁରୁତ୍ୱ ଦିଆଯିବ। ଦଳର କୌଣସି ସଦସ୍ୟ ଯଦି ଆହତ ହୁଅନ୍ତି ତେବେ ସେମାନଙ୍କ ସ୍ଥାନ ଭରଣା କରିବା ପାଇଁ ଚୟନ କମିଟି କିଛି ରିଜର୍ଭ ଖେଳାଳିଙ୍କୁ ମଧ୍ୟ ମନୋନୟନ କରିଛି। ସେମାନେ ଟେଷ୍ଟ ଦଳକୁ ଟ୍ରେନିଂରେ ସାହାଯ୍ୟ କରିବେ“ ବୋଲି ସିଡବ୍ଲ୍ୟୁଆଇ ପକ୍ଷରୁ ପ୍ରକାଶ କରାଯାଇଛି। ଇଂଲଣ୍ଡ ଯିବାକୁଥିବା ଖେଳାଳିଙ୍କର ଚଳିତ ସପ୍ତାହରେ କୋଭିଡ-୧୯ ଟେଷ୍ଟ ହେବ। ଦଳ ଜୁନ ୮ରେ ଇଂଲଣ୍ଡ ଯାଇ ଜୁଲାଇ ୮ରୁ ଟେଷ୍ଟ ସିରିଜ ଖେଳିବ। ଓ୍ବେଷ୍ଟଇଣ୍ଡିଜ ଦଳରେ ୨ ଜଣ ନୂଆ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। ସେମାନେ ହେଲେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଏନକ୍ରୁମା ବର୍ନର ଏବଂ ଫାଷ୍ଟ ବୋଲର ଚେମର ହୋଲ୍ଡର।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର, କ୍ରେଗ୍‌ ବ୍ରାଥଓ୍ବେଟ, ସାଇ ହୋପ୍‌, ଶେନ ଡୋରଓ୍ବିଚ୍‌, ରଷ୍ଟନ ଚେଜ୍‌, ଶେମରା ବ୍ରୁକ୍ସ, ରାକିମ କର୍ନଓ୍ବେଲ, ଏନକ୍ରୁମା ବର୍ନର, ଆଲଜାରି ଜୋସେଫ, ଚେମର ହୋଲ୍ଡର, ଜନ୍‌ କ୍ୟାମ୍ପବେଲ, ରେମନ ରେଇଫର, କେମର ରୋଚ୍‌, ଜର୍ମେନ ବ୍ଲାକ୍‌ଉଡ୍‌। ରିଜର୍ଭ ଖେଳାଳି: ସୁନୀଲ ଆମ୍ବ୍ରିସ, ଜୋଶୁଆ ଡା’ସିଲ୍‌ଭା, ଶାନନ ଗାବ୍ରିଏଲ, କେଅନ ହାର୍ଡିଂ, କାଏଲ ମେୟର୍ସ, ପ୍ରେଷ୍ଟନ ମ୍ୟାକସ୍ବିନ, ମର୍କ୍ୱିନୋ ମିଣ୍ଡଲେ, ଶେନ ସୋସେଲେ, ଆଣ୍ଡରସନ ଫିଲିପ୍‌, ଓଶାନେ ଥୋମାସ, ଜୋମେଲ ଓ୍ବାରିକାନ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri