୩୭ ବର୍ଷରେ ଇମରାନ୍‌ ଖାଁ: ୧୯ ବର୍ଷ ବୟସରେ ବାନ୍ଧବୀ ଅବନ୍ତିକାଙ୍କ ପ୍ରେମରେ ପଡିଥିଲେ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଇମରାନ୍‌ ଖାଁ ସୋମବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୩ ଜାନୁୟାରୀ ୧୩ରେ ଆମେରିକା ଓ୍ବସକସିନ୍‌ର ମାଡିସନ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ସେ ୧୯୮୮ରେ ଶିଶୁ କଳାାର ଭାବେ କୟାମତ୍‌ ସେ କୟାମତ୍‌ ତକ୍‌ ଫିଲ୍ମରେ ଅଭିନୟ କରିଥିବାବେଳେ ୧୯୯୨ରେ ଯୋ ଜିତା ଓ୍ବହି ସିକନ୍ଦର ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ପରେ ୨୦୦୮ରେ ଜାନେ ତୁ ୟା ଜାନେ ନା ଫିଲ୍ମରେ ଜେନେଲିଆଙ୍କ ସହିତ ଅଭିନୟ କରିଥିଲେ। ଏହାପରେ ସେ ଆଇ ହେଟ୍‌ ଲଭ୍‌ ଷ୍ଟୋରୀ, ଦିଲ୍ଲୀ ବେଲି, ମେରେ ବ୍ରଦର କି ଦୁହ୍ଲନ ଆଦି ଫିଲ୍‌ରେ ଅଭିନୟ କରିଥିଲେ। ୨୦୧୫ରେ ସେ କଟ୍ଟି ବଟ୍ଟି ଫିଲ୍ମରେ ଅଭିନୟ ପରେ ବଡ଼ ପରଦାଠାରୁ ଦୂରେଇ ରହିଛନ୍ତି । ତାଙ୍କୁ ୧୯ ବର୍ଷ ବୟସ ହୋଇଥିବା ବେଳେ ସେ ତାଙ୍କ ବାନ୍ଧବୀ ଅବନ୍ତିକା ମଲ୍ଲିକ୍‌ଙ୍କ ପ୍ରେମରେ ପଡ଼ିଥିଲେ। ୯ ବର୍ଷ ଡେଟିଂ କରିବା ପରେ ୨୦୧୧ ଜାନୁୟାରୀ ୧୦ରେ ସେମାନଙ୍କର ବିବାହ ହୋଇଥିଲା।

Share