୩୭୦ ଉଚ୍ଛେଦ ବିରୋଧରେ ଜେକେଏଲ୍‌ଏଫ୍‌ର ଫ୍ରିଡମ୍‌ ମାର୍ଚ୍ଚ : ଏଲ୍‌ଓସି ଅଭିମୁଖେ ପିଓକେବାସୀ

ଇସ୍‌ଲାମାବାଦ,୭ା୧୦ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଦୁଇମାସ ପୂରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନରେ ଜୋର୍‌ଦାର ବିରୋଧ କରାଯାଉଛି। ଏହିକ୍ରମରେ ନିୟନ୍ତ୍ରଣରେଖା (ଏଲ୍‌ଓସି) ଅତିକ୍ରମ କରିବା ପାଇଁ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ର ବହୁସଂଖ୍ୟକ ବିକ୍ଷୋଭକାରୀ ଅଗ୍ରସର ହୋଇଛନ୍ତି। ସୀମା ସେପଟ ଜସ୍‌କୋଲରେ ମୁତୟନ ପାକିସ୍ତାନୀ ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇଛନ୍ତି।
୩୭୦ ହଟାଯିବା ପ୍ରତିବାଦରେ ଜମ୍ମୁ-କଶ୍ମୀର ଲିବରେଶନ୍‌ ଫ୍ରଣ୍ଟ (ଜେକେଏଲ୍‌ଏଫ୍‌) ଅଧ୍ୟକ୍ଷ ୟାସିନ୍‌ ମଲିକ୍‌ଙ୍କ ନେତୃତ୍ୱରେ ଫ୍ରିଡମ୍‌ ମାର୍ଚ୍ଚ ନାମରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ପିଓକେର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିକ୍ଷୋଭକାରୀମାନେ ସେଠାକାର ରାଜଧାନୀ ମୁଜାଫରାବାଦରେ ଏକତ୍ରିତ ହୋଇଥିଲେ। ଚକୋଠି ଦେଇ ଏଲ୍‌ଓସି ଅତିକ୍ରମ କରି ଶ୍ରୀନଗରରେ ପହଞ୍ଚତ୍ବା ପାଇଁ ସେମାନେ ଲକ୍ଷ୍ୟ ରଖିଥିଲେ। ହେଲେ ମୁଜାଫରାବାଦ-ଶ୍ରୀନଗର ରାଜପଥର ଜସ୍‌କୋଲଠାରେ ପୋଲିସ ଓ ସୁରକ୍ଷା କର୍ମୀ ରାସ୍ତା ଅବରୋଧ କରି ସେମାନଙ୍କୁ ରୋକି ଦେଇଛନ୍ତି। ଜେକେଏଲ୍‌ଏଫ୍‌ ମୁଖପାତ୍ର ରଫିକ୍‌ ଦର କହିଛନ୍ତି, କଶ୍ମୀରର ବିଭାଜନକୁ ଆମେ ଗ୍ରହଣ କରୁ ନ ଥିବାରୁ ଏଲ୍‌ଓସି ଡେଇଁବା ଆମର ଆଇନଗତ ଅଧିକାର। ଦ୍ୱିତୀୟତଃ କଶ୍ମୀରର ଉଭୟ ପାର୍ଶ୍ୱରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଜାତିସଂଘ ସଂକଳ୍ପନାମା ଅନୁମତି ପ୍ରଦାନ କରିଛି। ତେଣୁ ଅବରୋଧ ହଟାଇବା ଯାଏ ସେମାନେ ଧାରଣାରେ ବସିବେ।
ବିକ୍ଷୋଭକାରୀଙ୍କ ମଧ୍ୟରୁ ଅଧିକାଂଶ ଯୁବକ ହୋଇଥିବାବେଳେ ଅନେକ ମହିଳା ମଧ୍ୟ ରହିଛନ୍ତି। ପ୍ରକାଶ ଯେ, ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ଆମ୍ବାସାଡର ପାହ୍ୟାକୁ ପ୍ରତ୍ୟାହାର କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା। ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜାତିସଂଘ ସମେତ ସବୁ ଅନ୍ତର୍ଜାତୀୟ ମଞ୍ଚରେ କଶ୍ମୀର ପ୍ରସଙ୍ଗ ଉଠାଇ ବିଫଳ ହୋଇସାରିଲେଣି। ପିଓକେର ବିକ୍ଷୋଭକାରୀମାନେ କଶ୍ମୀରୀଙ୍କୁ ସହଯୋଗର ହାତ ବଢ଼ାଇବାକୁ ଯାଇ ଏଲ୍‌ଓସି ଅତିକ୍ରମ କଲେ ଭାରତ ସେମାନଙ୍କୁ ଆତଙ୍କବାଦୀ ଘୋଷଣା କରିବ। ତେଣୁ ଏଲ୍‌ଓସି ଆଡ଼କୁ ଅଗ୍ରସର ହୁଅନ୍ତୁ ନାହିଁ ବୋଲି ବିକ୍ଷୋଭକାରୀଙ୍କୁ ଇମ୍ରାନ୍‌ ଶନିବାର ଚେତାଇ ଦେଇଥିଲେ।

 

ପିଓକେ ବୁଲିଲେ ଆମେରିକା ପ୍ରତିନିଧି

ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରେ ସ୍ଥିତି ଅନୁଧ୍ୟାନ ପାଇଁ ରବିବାର ଆମେରିକାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପିଓକେ ପରିଦର୍ଶନ କରିଛି। ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀଙ୍କ ଅନୁରୋଧକ୍ରମେ ଆମେରିକା ସିନେଟର କ୍ରିସ୍‌ ଭାନ୍‌ ହୋଲେନଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଆସିଥିଲା। ଏଥିରେ ସିନେଟର ମାଗିଏ ହାସନ ଓ ଆମ୍ବାସାଡର ପଲ ଜୋନ୍ସଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ। ସେମାନେ ପିଓକେ ରାଷ୍ଟ୍ରପତି ସର୍ଦ୍ଦାର ମାସୁଦ ଖାନଙ୍କୁ ରାଜଧାନୀ ମୁଜାଫରାବାଦରେ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri