୩୭୦ ଉଚ୍ଛେଦ ବିରୋଧରେ ଜେକେଏଲ୍‌ଏଫ୍‌ର ଫ୍ରିଡମ୍‌ ମାର୍ଚ୍ଚ : ଏଲ୍‌ଓସି ଅଭିମୁଖେ ପିଓକେବାସୀ

ଇସ୍‌ଲାମାବାଦ,୭ା୧୦ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଦୁଇମାସ ପୂରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନରେ ଜୋର୍‌ଦାର ବିରୋଧ କରାଯାଉଛି। ଏହିକ୍ରମରେ ନିୟନ୍ତ୍ରଣରେଖା (ଏଲ୍‌ଓସି) ଅତିକ୍ରମ କରିବା ପାଇଁ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ର ବହୁସଂଖ୍ୟକ ବିକ୍ଷୋଭକାରୀ ଅଗ୍ରସର ହୋଇଛନ୍ତି। ସୀମା ସେପଟ ଜସ୍‌କୋଲରେ ମୁତୟନ ପାକିସ୍ତାନୀ ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇଛନ୍ତି।
୩୭୦ ହଟାଯିବା ପ୍ରତିବାଦରେ ଜମ୍ମୁ-କଶ୍ମୀର ଲିବରେଶନ୍‌ ଫ୍ରଣ୍ଟ (ଜେକେଏଲ୍‌ଏଫ୍‌) ଅଧ୍ୟକ୍ଷ ୟାସିନ୍‌ ମଲିକ୍‌ଙ୍କ ନେତୃତ୍ୱରେ ଫ୍ରିଡମ୍‌ ମାର୍ଚ୍ଚ ନାମରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ପିଓକେର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିକ୍ଷୋଭକାରୀମାନେ ସେଠାକାର ରାଜଧାନୀ ମୁଜାଫରାବାଦରେ ଏକତ୍ରିତ ହୋଇଥିଲେ। ଚକୋଠି ଦେଇ ଏଲ୍‌ଓସି ଅତିକ୍ରମ କରି ଶ୍ରୀନଗରରେ ପହଞ୍ଚତ୍ବା ପାଇଁ ସେମାନେ ଲକ୍ଷ୍ୟ ରଖିଥିଲେ। ହେଲେ ମୁଜାଫରାବାଦ-ଶ୍ରୀନଗର ରାଜପଥର ଜସ୍‌କୋଲଠାରେ ପୋଲିସ ଓ ସୁରକ୍ଷା କର୍ମୀ ରାସ୍ତା ଅବରୋଧ କରି ସେମାନଙ୍କୁ ରୋକି ଦେଇଛନ୍ତି। ଜେକେଏଲ୍‌ଏଫ୍‌ ମୁଖପାତ୍ର ରଫିକ୍‌ ଦର କହିଛନ୍ତି, କଶ୍ମୀରର ବିଭାଜନକୁ ଆମେ ଗ୍ରହଣ କରୁ ନ ଥିବାରୁ ଏଲ୍‌ଓସି ଡେଇଁବା ଆମର ଆଇନଗତ ଅଧିକାର। ଦ୍ୱିତୀୟତଃ କଶ୍ମୀରର ଉଭୟ ପାର୍ଶ୍ୱରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଜାତିସଂଘ ସଂକଳ୍ପନାମା ଅନୁମତି ପ୍ରଦାନ କରିଛି। ତେଣୁ ଅବରୋଧ ହଟାଇବା ଯାଏ ସେମାନେ ଧାରଣାରେ ବସିବେ।
ବିକ୍ଷୋଭକାରୀଙ୍କ ମଧ୍ୟରୁ ଅଧିକାଂଶ ଯୁବକ ହୋଇଥିବାବେଳେ ଅନେକ ମହିଳା ମଧ୍ୟ ରହିଛନ୍ତି। ପ୍ରକାଶ ଯେ, ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ଆମ୍ବାସାଡର ପାହ୍ୟାକୁ ପ୍ରତ୍ୟାହାର କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା। ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜାତିସଂଘ ସମେତ ସବୁ ଅନ୍ତର୍ଜାତୀୟ ମଞ୍ଚରେ କଶ୍ମୀର ପ୍ରସଙ୍ଗ ଉଠାଇ ବିଫଳ ହୋଇସାରିଲେଣି। ପିଓକେର ବିକ୍ଷୋଭକାରୀମାନେ କଶ୍ମୀରୀଙ୍କୁ ସହଯୋଗର ହାତ ବଢ଼ାଇବାକୁ ଯାଇ ଏଲ୍‌ଓସି ଅତିକ୍ରମ କଲେ ଭାରତ ସେମାନଙ୍କୁ ଆତଙ୍କବାଦୀ ଘୋଷଣା କରିବ। ତେଣୁ ଏଲ୍‌ଓସି ଆଡ଼କୁ ଅଗ୍ରସର ହୁଅନ୍ତୁ ନାହିଁ ବୋଲି ବିକ୍ଷୋଭକାରୀଙ୍କୁ ଇମ୍ରାନ୍‌ ଶନିବାର ଚେତାଇ ଦେଇଥିଲେ।

 

ପିଓକେ ବୁଲିଲେ ଆମେରିକା ପ୍ରତିନିଧି

ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରେ ସ୍ଥିତି ଅନୁଧ୍ୟାନ ପାଇଁ ରବିବାର ଆମେରିକାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପିଓକେ ପରିଦର୍ଶନ କରିଛି। ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀଙ୍କ ଅନୁରୋଧକ୍ରମେ ଆମେରିକା ସିନେଟର କ୍ରିସ୍‌ ଭାନ୍‌ ହୋଲେନଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଆସିଥିଲା। ଏଥିରେ ସିନେଟର ମାଗିଏ ହାସନ ଓ ଆମ୍ବାସାଡର ପଲ ଜୋନ୍ସଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ। ସେମାନେ ପିଓକେ ରାଷ୍ଟ୍ରପତି ସର୍ଦ୍ଦାର ମାସୁଦ ଖାନଙ୍କୁ ରାଜଧାନୀ ମୁଜାଫରାବାଦରେ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri