Posted inଜାତୀୟ

୩୫୮ ଖଣି ଲିଜ୍‌ ବାତିଲ ଆବେଦନ:କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୭(ପି.ଟି.):ସାନି ମୂଲ୍ୟାୟନ କରା ନ ଯାଇ ଦେଶରେ ୩୫୮ରୁ ଅଧିକ ଲୁହାପଥର ଖଣି ବିଭିନ୍ନ କମ୍ପାନୀକୁ ଆବଣ୍ଟନ କରାଯିବା ଅଥବା ଲିଜ୍‌ ମିଆଦ ବୃଦ୍ଧି କିମ୍ବା ବଳବତ୍ତର ରଖାଯାଇଥିବାରୁ ସେଗୁଡ଼ିକୁ କାହିଁକି ବାତିଲ କରା ନ ଯିବ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜବାବ ରଖିବା ଲାଗି ସରକାର କୋର୍ଟଙ୍କୁ ଅଧିକ ସମୟ ମାଗିଛନ୍ତି।
ଆଇନ ଅନୁଯାୟୀ ଉପଯୁକ୍ତ ପଦ୍ଧତିରେ ଖଣିଗୁଡିକୁ ଲିଜ୍‌ ଦିଆଯାଇ ନ ଥିବାରୁ ସେଗୁଡିକର ଲିଜ୍‌ ବାତିଲ କରିବା ଲାଗି ଆବେଦନକାରୀ ଆଇନଜୀବୀ ଏମ୍‌.ଏଲ୍‌. ଶର୍ମା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ ଏବଂ ବି.ଆର୍‌. ଗଭାଇଙ୍କ ଖଣ୍ଡପୀଠ ଜବାବ ଦେବା ଲାଗି ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି ଓ ମାମଲାର ସମ୍ପୂର୍ଣ୍ଣ ଶୁଣାଣି ହେବା ଆବଶ୍ୟକ ବୋଲି କହିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏ.ଏନ୍‌.ଏସ୍‌. ନାଦ୍‌କର୍ନି ହାଜର ହୋଇ ଜବାବ ରଖିବା ଲାଗି କୋର୍ଟଙ୍କୁ ଅଧିକ ସମୟ ମାଗିଥିଲେ। ଏପ୍ରିଲ ୧୬ରେ ସର୍ବୋଚ୍ଚ ଅଦାଲତ ଅଭିଯୋଗ ଉପରେ ଏତଲା ଦାଏର କରିବା ସହ ଘଟଣାର ତଦନ୍ତ କରିବା ଲାଗି ସିବିଆଇକୁ କହିଥିଲେ। ଏହା ବ୍ୟତୀତ ମାମଲା ପରିଚାଳନାରେ ସହାୟତା ଲାଗି ବରିଷ୍ଠ ଆଇନଜୀବୀ ପି.ଏସ୍‌. ନରସିଂହଙ୍କୁ ଆମିକସ୍‌ କ୍ୟୁରୀ ନିଯୁକ୍ତ କରିଥିଲେ। ସରକାର ୨୮୮ଟି ଖଣିର ଲିଜ୍‌କୁ ବଢ଼ାଇ ଦେଇଛନ୍ତି। ଏହା ବଦଳରେ ରାଜନୈତିକ ଦଳଗୁଡିକୁ ମୋଟା ଅଙ୍କର ଚାନ୍ଦା ମିଳିଥିବା ଶର୍ମା ଜାଣିବାକୁ ପାଇଥିଲେ। ଏଥିପାଇଁ ୪ ଲକ୍ଷ କୋଟି ଟଙ୍କା ରାଜସ୍ବ କ୍ଷତି ହୋଇଥିତ୍ବା ଶର୍ମା ତାଙ୍କ ପିଟିଶନ୍‌ରେ ଦର୍ଶାଇଥିଲେ। ୩୫୮ରୁ ଅଧିକ ଖଣିର ଲିଜ୍‌ ମିଆଦ ବଢ଼ାଯାଇଛି କିମ୍ବା ନୂଆ ଲିଜ୍‌ ଦିଆଯାଇଛି। ଏଥିପାଇଁ ଖଣିର ପୁନଃମୂଲ୍ୟାୟନ କରାଯାଇନି କିମ୍ବା ନିଲାମ ପ୍ରକ୍ରିୟାର ସହାୟତା ନିଆଯାଇନାହିଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆଇନ ଅନୁଯାୟୀ ଖୋଳାଯାଇଥିବା ଲୁହାପଥରର ବଜାର ମୂଲ୍ୟ ଅନୁଯାୟୀ ଅର୍ଥ ସମ୍ପୃକ୍ତ ଖଣି କମ୍ପାନୀଗୁଡିକଠାରୁ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ପିଟିଶନର ଅଦାଲତଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri