Categories: ବାଣିଜ୍ୟ

୩୧ରୁ ଆରମ୍ଭ ହୋଇପାରେ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୪-୧: ଚଳିତ ମାସ ୩୧ରେ ବଜେଟ ଅଧିବେଶନ ଆରମ୍ଭ କରିବା ନେଇ ସରକାର ବିଚାର କରୁଛନ୍ତି। ସେହିଭଳି ସାଧାରଣ ବଜେଟ ଫେବୃୟାରୀ ପହିଲାରେ ଉପସ୍ଥାପନ ହୋଇପାରେ। ବଜେଟ ଅଧିବେଶନ ନେଇ ଚୂଡାନ୍ତ ତାରିଖର ବିଜ୍ଞପ୍ତି ଏ ଯାଏ ପ୍ରକାଶ ପାଇନାହିଁ। ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି(ସିସିପିଏ) ଏ ନେଇ ତାରିଖ ପ୍ରସ୍ତାବ ଦେବା ପରେ ବିଜ୍ଞପ୍ତି ଆସିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସିସିପିଏ ବୈଠକ ଶୀଘ୍ର ବସିବା ସହ ଏ ସଂକ୍ରାନ୍ତରେ ପ୍ରସ୍ତାବ ଦେବ। ବଜେଟ ଅଧିବେଶନର ଆରମ୍ଭ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ସଦନର ମିଳିତ ଅଧିବେଶନକୁ ଅଭିଭାଷଣ ଦେବେ। ସମାନ ଦିନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇବ। ବଜେଟ ଅଧିବେଶନ ଏପ୍ରିଲ ଯାଏ ଚାଲିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ସରକାରୀ ଅଧିକାରୀ କହିଛନ୍ତି।

Share