୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ: ଗୋଲାପ, ଚକୋଲେଟ୍‌ ଦେଇ ସଚେତନ

ବ୍ରହ୍ମପୁର ଅଫିସ,୧୧।୧: ଗଞ୍ଜାମ ଜିଲା ବ୍ରହ୍ମପୁରରେ ଅନୁଷ୍ଠିତ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମକୁ ଟ୍ରାଫିକ୍‌ ଡିଏସ୍‌ପି ସାର୍ଥକ ରାୟ ଶନିବାର ଉଦ୍‌ଘାଟନ କରିଛନ୍ତି।
ଖଲ୍ଲିକୋଟ କଲେଜର ଏନ୍‌ସିସି କ୍ୟାଡେଟ୍‌ମାନଙ୍କ ସହାୟତାରେ ଟ୍ରାଫିକ୍‌ ପୋଲିସ ଟାଟା ବେଞ୍ଜ୍‌ ଛକରେ ପ୍ରତ୍ୟେକ ବାଇକ୍‌ଚାଳକ କିପରି ସୁରକ୍ଷିତ ରହିବା ସହ ସୁଖୀ ରହିବେ ତାର ବାର୍ତ୍ତା ଦେଇଛନ୍ତି । ଉକ୍ତ ରାସ୍ତା ଦେଇ ବିନା ହେଲ୍‌ମେଣ୍ଟରେ ଯାତାୟାତ କରୁଥିବା ବାଇକ୍‌ ଚାଳକମାନଙ୍କୁ ଗୋଲାପ, ଚକୋଲେଟ୍‌ ଦିଆଯାଇ ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମ ୧୧ରୁ ୧୭ ତାରିଖଯାଏଁ ସହରର ପ୍ରମୁଖ ଛକମାନଙ୍କରେ ଅନୁଷ୍ଠିତ ହେବ ବୋଲି ଟ୍ରାଫିକ୍‌ ଇନ୍ସପେକ୍ଟର ସୁନୀଲ ବେହେରା ସୂଚନା ଦେଇଛନ୍ତି ।