୩୦ ହଜାର କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ପ୍ରସ୍ତୁତ ଦିଲ୍ଲୀ: କେଜରିଓ୍ବାଲ

ନୂଆଦିଲ୍ଲୀ,୭।୪: କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଥିବା ବେଳେ ଏବେ ଦିଲ୍ଲୀରେ ୩୦ ହଜାର କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଇ ପାରିବ ବୋଲି ମଙ୍ଗଳବାର କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏଥିମଧ୍ୟରୁ ୮ ହଜାରଙ୍କ ପାଇଁ ହସ୍ପିଟାଲ ବେଡ୍‌, ୧୨ ହଜାରଙ୍କ ପାଇଁ ହୋଟେଲ ରୁମ ୧୦ ହଜାର ରୋଗୀଙ୍କ ପାଇଁ ଧର୍ମଶାଳାରେ ସୁବିଧା କରାଯାଇଛି ବୋଲି ସେ କହିଛନ୍ତି। ତେବେ ୫୦ ବର୍ଷରୁ ଊର୍ଦ୍ଧ୍ୱ ଓ ହାର୍ଟ, ଲିଭର, କ୍ୟାନସର, ଡାଇବେଟିସରେ ପୀଡ଼ିତ ଥିବା ବ୍ୟକ୍ତି କରୋନାରେ ସଂକ୍ରମିତ ହେଲେ ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯିବ। ସେହିପରି ୫୦ ବର୍ଷ ବୟସରୁ କମ୍‌ ବୟସର ବ୍ୟକ୍ତି କରୋନାରେ ପୀଡିତ ହେଲେ ସେମାନଙ୍କୁ ହୋଟେଲ ଓ ଧର୍ମଶାଳାରେ ଚିକିତ୍ସା କରାଯିବ ବୋଲି କେଜରିଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, ଏବେ ଦିଲ୍ଲୀରେ ପ୍ରାୟ ୫୨୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।

Share