୩୦ ବର୍ଷ ପରେ କେମିତି ଦେଖାଯାଉଛନ୍ତି ‘ଆଶିକ’ ନାୟକ

ମୁମ୍ବାଇ: ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ମୁଭି ’ଆଶିକ’ର ନାୟକ ରାହୁଲ ରୟ ଆଉ ଲାଇମ ଲାଇଟରେ ନାହାନ୍ତି। ସେ ସମୟର ଏହି ହିଟ୍‌ ନାୟକଙ୍କୁ ଦେଖିଲେ ଆଜି ହୁଏତ ଅନେକ ଚିହ୍ନି ପାରିବେ ନାହିଁ। ଆଶିକ ପରେ ରାହୁଲଙ୍କ ପାଖରେ ଫିଲ୍ମର ଲାଇନ୍‌ ଲାଗି ଯାଇଥିଲା। କୁହାଯାଏ ଲଗାତାର ତାଙ୍କ ପାଖକୁ ୪୭ ଫିଲ୍ମର ଅଫର ଆସିଥିବା ବେଳେ ସେ ୧୯ଟି ଫିଲ୍ମରେ କାମ କରିବାକୁ ମନା କରି ଦେଇଥିଲେ। ଏମିତିକି ସେ ଗୋଟିଏ ଦିନରେ ୩ଟି ଫିଲ୍ମ ପାଇଁ ମଧ୍ୟ ଶୁଟିଂ କରୁଥିବା କୁହାଯାଏ। ଏହା ପାଖାପାଖି ୬-୭ ବର୍ଷ ଚାଲିବା ପରେ ଧୀରେ ଧୀରେ ତାଙ୍କ ଚମକ ଫିକା ପଡିଯାଇଥିଲା ବୋଲି କୁହାଯାଏ। ଏହାପରେ ସେ ବିଗ୍‌ ବସ୍‌ରେ ଦେଖାଦେଇଥିଲେ। ହେଲେ ଫିଲ୍ମ ନ ମିଳିବା କାରଣରୁ ସେ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ। ମଝିରେ ମଝିରେ ଭାରତ ଫେରିଲେ ମଧ୍ୟ ଲୋକେ ଏକ ପ୍ରକାର ତାଙ୍କୁ ଭୁଲି ଯାଇଥିଲେ। ଏମିତିକି ଏକ ପାର୍ଟିକୁ ସେ ତାଙ୍କ ମା’ଙ୍କ ସହ ଯାଇଥିବା ବେଳେ ସେଠାରେ ସେ ମା’ଙ୍କ ସହ ମିଶି ଡ୍ୟାନ୍ସ କରିବାରୁ ତାଙ୍କର ଜଣେ ବୟସ୍କା ପ୍ରେମିକା ଅଛନ୍ତି ବୋଲି ମଧ୍ୟ ପ୍ରଚାର ହୋଇଥିଲା। ଏବେ ସେ ମୁମ୍ବାଇରେ ରହୁଥିବା ବେଳେ ନିକଟରେ ଦ କପିଲ ଶର୍ମା ଶୋ’କୁ ଆସି ଖୁବ୍‌ ଶୀଘ୍ର ବଲିଉଡ ଫେରିବାକୁ ଚେଷ୍ଟା କରୁଥିବା କହିଛନ୍ତି।

Share