୩୦ ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ : ୭ ଗୁରୁତର

ଗଜପତି,୧୮।୧୦(ଡି.ଏନ୍‌.ଏ.): ଗଜପତି ଜିଲା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ ନୀଳମୁଣ୍ଡା ବ୍ରିଜ ନିକଟରେ ଭୁବନେଶ୍ବରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ଗାଡ଼ି ନଂ. ଓଡି ୦୫ ଏଲ୍‌ ୬୨୮୮ ଯାତ୍ରୀବାହୀ ବସ ଶୁକ୍ରବାର ଭୋର୍‌ ସମୟରେ ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି l ଏହି ବସରେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ଅନେକ ଆହତ ହୋଇଥିବା ଜଣାପଡ଼ିଛି l ଗୁରୁତରମାନେ ହେଲେ ଡ୍ରାଇଭରଙ୍କ ସମେତ ଟିନା ଦିଗାଲ (୧୫), ଧନୁମୋତି ଶବର (୬୫),ବୀର ଲିମା (୪୫), ସୁଶୀଳା ଶବର (୫୦), ଦମୟନ୍ତୀ ଶବର (୫୫), ଲିଲି ଶବର (୩୬)। ସେମାନଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅଜିତ କୁମାର ସାହୁ (୩୪),ଜଗନ୍ନାଥ ରେଡ୍ଡୀ (୩୦)ଙ୍କ ସମେତ ଅନେକ ଆହତ ହୋଇଥିବା ବେଳେ ସେମାନଙ୍କ ଠିକଣା ଜଣାପଡୁନାହିଁ। ଆହତମାନଙ୍କୁ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଥିବା ଡା. ଏସ୍‌.କେ ଦଳାଇ କହିଛନ୍ତି l ଘଟଣାସ୍ଥଳରେ ଖଜୁରୀପଦା ଫାଣ୍ଡି ଅଧିକାରୀ ଏସ୍‌ଆଇ ରବିନ୍ଦ୍ର କୁମାର ପାତ୍ର ପହଞ୍ଚି ତଦନ୍ତ ଚଳାଇଛି। ରାୟଗଡ଼ା ବ୍ଲକର ଅଧିକାରୀମାନେ ବି ପହଞ୍ଚି ଘଟଣା ସମ୍ପର୍କରେ ବୁଝାସୁଝା କରିଥିଲେ। ଦୁର୍ଘଟଣାସ୍ଥଳରୁ ବସ୍‌ କର୍ମଚାରୀ ଫେରାର ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri