୩୦ରେ ଲଘୁଚାପ, ବାତ୍ୟା ଆଶଙ୍କା

ଭୁବନେଶ୍ୱର, ୨୯ା୧୧(ବ୍ୟୁରୋ): ଓଡ଼ିଶାକୁ ଆଉଏକ ବଡ଼ ବର୍ଷା ଆସୁଛି। ଏଥିସହ ବାତ୍ୟାର ଆଶଙ୍କା ବି ଦୃଢ଼ୀଭୂତ ହେବାରେ ଲାଗିଛି। ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା କ୍ରମଶଃ ଘନିଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହି ଲଘୁଚାପ ଫଳରେ ଓଡ଼ିଶାରେ ୨ ତାରିଖରୁ ବର୍ଷା ଆରମ୍ଭ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଡିସେମ୍ବର ୨ ବେଳକୁ ଅବପାତରେ ପରିଣତ ହେବ। ଓଡ଼ିଶାର କେଉଁ ଜିଲା ଓ କେଉଁ ଅଞ୍ଚଳରେ ଅଧିକ ବର୍ଷା ହେବ ଏବଂ ବାତ୍ୟାର ସ୍ଥିତି କ’ଣ ରହିବ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସେସବୁ ସ୍ପଷ୍ଟ ହେବ। ତେବେ ନିର୍ଦ୍ଦିଷ୍ଟ ଭାବେ ବାତ୍ୟାର ପ୍ରଭାବ କେଉଁଠି ପଡ଼ିବ ତାହା ଏବେଠୁ କହି ହେବ ନାହିଁ। ଲଘୁଚାପ ପ୍ରଭାବରେ ନଭେମ୍ବର ୩୦ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଆଣ୍ଡାମାନ ସାଗର ଓ ଏହାର ନିକଟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଶାନ୍ତ ରହିବ। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କି.ମି. ରହିବ। ସେହିଭଳି ଏହା ଯେତେବେଳେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି କେନ୍ଦ୍ରୀୟ ବଙ୍ଗୋପସାଗରକୁ ଆସିବ, ସେତେବେଳେ ଅର୍ଥାତ୍‌ ଡିସେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟ ଉତ୍ତର ବଙ୍ଗୋପସାଗର, ଆନ୍ଧ୍ର ଉପକୂଳ ଏବଂ ଓଡ଼ିଶା ଉପକୂଳ ନିକଟ ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି, ସେମାନେ ୨ ତାରିଖ ସୁଦ୍ଧା ଫେରି ଆସିବା ପାଇଁ କୁହାଯାଇଛି।
ଅପରପକ୍ଷେ ସମ୍ଭାବ୍ୟ ଲଘୁଚାପଜନିତ ସ୍ଥିତିକୁ ନେଇ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ସମସ୍ତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲଘୁଚାପ ପ୍ରଭାବରେ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ସମେତ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନାଗିରି, କୋରାପୁଟ ଓ ରାୟଗଡ଼ାର କେତେକ ସ୍ଥାନରେ ଅଧିକ ବର୍ଷା ହେବ ବୋଲି କୁହାଯାଇଛି। ତେବେ ବାତ୍ୟା ଓ ବର୍ଷା ନେଇ ସୂଚନା ପାଇବା ପରେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ବିଲରେ ପାଚିଲା ଧାନ ଠିଆ ହୋଇଛି। ଚାଷୀ ଅମଳ କରିବାକୁ ଅପେକ୍ଷା କରି ବସିଥିବାବେଳେ ବାତ୍ୟା ଓ ବର୍ଷା ହେଲେ ସବୁ ଫସଲ ନଷ୍ଟ ହୋଇଯିବ। ତେଣୁ ଏହି ଆଶଙ୍କାରେ ଚାଷୀ ଏବେ ଚିନ୍ତାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...

GEN-Z ବିଦ୍ରୋହ ପାଇଁ ନେପାଳକୁ ଦେବାକୁ ପଡ଼ିଲା ବହୁମୂଲ୍ୟ, ୪୨ ବିଲିୟନ ଡଲାର ଅର୍ଥନୀତିକୁ ୫୮୬ ନିୟୁତ ଡଲାର କ୍ଷତି

କାଠମାଣ୍ଡୁ,୧୨।୧୨: GEN-Z ଯୁବକମାନଙ୍କ ନେତୃତ୍ୱରେ ସେପ୍ଟେମ୍ବରରେ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ନେପାଳକୁ ବହୁ କ୍ଷତି ସହିବାକୁ ପଡିଲା। ଜେନ-ଜେଡ ଆନ୍ଦୋଳନ ଦ୍ୱାରା ହୋଇଥିବା ହିଂସା,...

୨୦ ଛକା, ୩୧ ଚୌକା ବର୍ଷା କରି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୧୨।୧୨: ଆଜିଠାରୁ ଆରମ୍ଭ ହୋଇଛି ୧୯ ବର୍ଷରୁ କମ ଏସିଆ କପ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଭାରତ ଏବଂ ୟୁଏଇ ମଧ୍ୟରେ ଖେଳାଯାଉଛି। ଦୁବାଇରେ ଖେଳାଯାଇଥିବା...

୨୦୨୬ରେ ସାଢେସତିରୁ ଅଧିକ କଷ୍ଟ ପାଇବେ ଏହି ରାଶି, ଭୋଗିବେ ଆର୍ଥିକହାନି!

୨୦୨୫ ଶେଷ ହେବାକୁ ବସିଲାଣି। ଜ୍ୟୋତିଷମାନେ ଗ୍ରହ ଏବଂ ନକ୍ଷତ୍ରଗୁଡ଼ିକର ଗତିବିଧି ନିରୀକ୍ଷଣ କରୁଛନ୍ତି । ବର୍ତ୍ତମାନ ନୂତନ ବର୍ଷ ପାଇଁ ଭବିଷ୍ୟବାଣୀ କରୁଛନ୍ତି। ମୁଖ୍ୟତଃ...

ଲୋକପ୍ରିୟ ଗାୟକ ଜୁବିନ ମୃତ୍ୟୁ ମାମଲା: ଚାର୍ଜସିଟ ଦାଖଲ କଲା STF

ଗୌହାଟି,୧୨।୧୨: ଲୋକପ୍ରିୟ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲାର ଶୁକ୍ରବାର ଚାର୍ଜସିଟ ଦାଖଲ କରାଯାଇଛି। ମୃତ୍ୟୁର ୩ ମାସ ପରେ ଆସାମ ପୋଲିସ STF ଗୌହାଟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri