୩୦ରେ ପୂରିବ ସଂଶୋଧିତ ମୋଟରଯାନ ଆଇନ କୋହଳ ଅବଧି: ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ସଂଖ୍ୟା ୭ ଗୁଣ ବୃଦ୍ଧି

କଟକ ଅଫିସ, ୨୧।୧୧: ସଂଶୋଧିତ ମୋଟରଯାନ ଆଇନର କୋହଳ ଅବଧି ନଭେମ୍ବର ୩୦ରେ ପୂରିଯିବ। ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି ଏହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହି କୋହଳ ଅବଧି ମଧ୍ୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ତାହା ହେଉଛି ବିନା ଡ୍ରାଇଭିଂ ଲାଇସେନ୍ସରେ ରାଜ୍ୟରେ ଦୈନିକ ବହୁ ସଂଖ୍ୟକ ଚାଳକ ଗାଡ଼ି ଚାଳନା କରୁଥିଲେ। ୨୦୧୮ ସେପ୍ଟେମ୍ବର ପହିଲାରୁ ନଭେମ୍ବର ୧୭ ଏବଂ ୨୦୧୯ ସେପ୍ଟେମ୍ବର ପହିଲାରୁ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ତଥ୍ୟକୁ ତୁଳନା କଲେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳୁଛି। ୨୦୧୮ ସେପ୍ଟେମ୍ବର ପହିଲାରୁ ନଭେମ୍ବର ୧୭ ମଧ୍ୟରେ ରାଜ୍ୟର ୩୮ଟି ଆର୍‌ଟିଓ ଅଫିସ ଓ ଭୁବନେଶ୍ୱରସ୍ଥିତ ସରକାରୀ ଡ୍ରାଇଭିଂ ସ୍କୁଲରୁ ୭୧ହଜାର ୮୬୬ ଜଣ ପ୍ରଶିକ୍ଷଣ ଲାଇସେନ୍ସ ପାଇଥିଲେ। ମାତ୍ର ୨୦୧୯ ସେପ୍ଟେମ୍ବର ପହିଲାରୁ ନଭେମ୍ବର ୧୭ ତାରିଖ ମଧ୍ୟରେ ପ୍ରଶିକ୍ଷଣ ଲାଇସେନ୍ସଧାରୀଙ୍କ ସଂଖ୍ୟା ୪ ଲକ୍ଷ ୭୭ ହଜାର ୨୦୩ ରହିଛି। ସେହିପରି ଚୂଡ଼ାନ୍ତ ଲାଇସେନ୍ସ ଓ ନବୀକରଣକାରୀଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି। ୨୦୧୮ ସେପ୍ଟେମ୍ବର ପହିଲାରୁ ନଭେମ୍ବର ୧୭ ତାରିଖ ମଧ୍ୟରେ ରାଜ୍ୟରେ ୯୬ ହଜାର ୭୩୮ ଜଣଙ୍କୁ ଚୂଡ଼ାନ୍ତ ଲାଇସେନ୍ସ ଦିଆଯିବା ସହ ଲାଇସେନ୍ସ ନବୀକରଣ କରାଯାଇଥିଲା। ଏହି କ୍ରମରେ ୨୦୧୯ ସେପ୍ଟେମ୍ବର ପହିଲାରୁ ନଭେମ୍ବର ୧୭ ତାରିଖ ମଧ୍ୟରେ ଏମାନଙ୍କ ସଂଖ୍ୟା ୧ ଲକ୍ଷ ୬୭ହଜାର ୨୯୮ ଥିବା ତଥ୍ୟ କହୁଛି। ଏହି ତଥ୍ୟକୁ ତର୍ଜମା କଲେ ଜଣାଯାଏ ଯେ, ବିନା ଡ୍ରାଇଭିଂ ଲାଇସେନ୍ସରେ ଦୈନିକ ବହୁ ସଂଖ୍ୟକ ଗାଡ଼ି ଚଳାଚଳ କରୁଥିଲା। ଏବେ ନିୟମ କଡ଼ାକଡ଼ି ହେବା ପରେ ଲାଇସେନ୍ସ ପାଇଁ ଏମାନଙ୍କ ଭିଡ଼ ଆରଟିଓ ଅଫିସରେ ଲାଗି ରହିଛି। ସୂଚନା ଥାଉକି, ଅଗଷ୍ଟ ପହିଲାରୁ ରାଜ୍ୟରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ କରାଯାଇଥିଲା। ଏହାକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଫଳରେ ରାଜ୍ୟ ସରକାର ଏହି ଆଇନକୁ ୩ ମାସ ପାଇଁ କୋହଳ କରିଥିଲେ। ଆଇନ ଲାଗୁ ଓ କୋହଳ ହେବା ପରେ ବି ଦଲାଲଙ୍କ ରାଜୁତି କମିନାହିଁ। ଯେହେତୁ ଚଳିତ ମାସ ୩୦ ତାରିଖରେ କୋହଳ ଅବଧି ପୂରିଯାଉଛି ତେଣୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଲୋକେ ଜୀବନ ବିକଳରେ ଲାଗି ପଡ଼ିଛନ୍ତି। ୫୦ ଟଙ୍କା ଖର୍ଚ୍ଚ ଜାଗାରେ ଲୋକେ ୫୦୦ ଟଙ୍କା ଦେଇ ଲାଇସେନ୍ସ ହାତଉଥିବା ଦେଖିବାକୁ ମିଳିଛି। ପ୍ରଥମାବସ୍ଥାରେ ଆର୍‌ଟିଓ ଅଫିସଗୁଡ଼ିକ ଉପରେ ଭିଜିଲାନ୍ସ ଓ ପୋଲିସକୁ ନଜର ରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତାହା ୮ରୁ ୧୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଏହା ପରଠାରୁ ଦଲାଲମାନେ ପୁଣି ସକ୍ରୀୟ ହୋଇପଡ଼ିଛନ୍ତି। ଗତ ମଙ୍ଗଳବାର ଏହିଭଳି ଏକ ଘଟଣା କଟକ ଆର୍‌ଟିଓ ଅଫିସ୍‌ରେ ଦେଖିବାକୁ ମିଳିଥିଲା। ଡ୍ରାଇଭିଂ ଲାଇସେନ୍ସ ପାଇଁ ଜଣେ ଯୁବକ ଜନୈକ ମଧ୍ୟସ୍ଥଙ୍କୁ ୧୭୦୦ ଟଙ୍କା ଦେଇଥିବା ଜଣାପଡ଼ିଥିଲା। ଉକ୍ତ ଘଟଣା ଆର୍‌ଟିଓ ଦୀପ୍ତିରଞ୍ଜନ ପାତ୍ରଙ୍କ ପାଖକୁ ଯାଇଥିଲା। ତୁରନ୍ତ ମଧ୍ୟସ୍ଥଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ ଆର୍‌ଟିଓ ପାତ୍ର ସମ୍ପୃକ୍ତ ଯୁବକଙ୍କୁ ପରାମର୍ଶ ଦେଇଥିଲେ। ତେବେ ୧୭୦୦ ଟଙ୍କା ବରଂ ଯାଉ ମୋତେ ଲାଇସେନ୍ସ କିଭଳି ସହଜରେ ମିଳିପାରିବ ତାହା ଉପରେ ମୁଁ ଗୁରୁତ୍ୱ ଦେବି ବୋଲି ଯୁବକ ଜଣକ କହିଥିଲେ। କେବଳ ଏହି ଗୋଟିଏ ନୁହେଁ ଆର୍‌ଟିଓ ଅଫିସରେ ଦୈନିକ ଏହିଭଳି ଘଟଣାମାନ ଦେଖିବାକୁ ମିଳୁଛି। ଏ ନେଇ ଆର୍‌ଟିଓ ପାତ୍ର କହିଛନ୍ତି, ଅଫିସ ପରିସରରେ ସେଭଳି କୌଣସି କାର୍ଯ୍ୟକୁ ପ୍ରଶ୍ରୟ ଦିଆଯାଉ ନାହିଁ। ଲୋକେ ଆର୍‌ଟିଓ ଅଫିସକୁ ଆସିବା ଦରକାର ନାହିଁ। ସମସ୍ତ ବ୍ୟବସ୍ଥା ଅନ୍‌ଲାଇନରେ ଉପଲବ୍ଧ ଅଛି। ଏହାସତ୍ତ୍ବେ ଯଦି ଲୋକେ ମଧ୍ୟସ୍ଥଙ୍କୁ ଧରି ଠକାମିର ଶିକାର ହେବେ ଆମେ କ’ଣ କରିପାରିବୁ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri