Posted inପୁରୀ

୩୦ବର୍ଷରୁ ଊର୍ଦ୍ଧ୍ୱ ଅପୂଜା ଥିଲେ ଅଲାରନାଥ

ବ୍ରହ୍ମଗିରି,୭ା୬(ଡି.ଏନ୍‌.ଏ.): କରୋନା ଲାଗି ମହାପ୍ରଭୁ ଅଲାରନାଥଙ୍କ ମନ୍ଦିରରେ ୧୪୪ ଧାରା ଜାରି ରହିଛି। ଆସନ୍ତା ୨୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଫଳରେ ମନ୍ଦିରର ସିଂହଦ୍ୱାରରେ ତାଲା ଝୁଲୁଛି। ମନ୍ଦିର ପରିସରକୁ ପଶି ପାରୁନାହାନ୍ତି ସାଧାରଣ ଭକ୍ତ। ଏପଟେ ମହାପ୍ରଭୁଙ୍କ ଅନବସର ଉତ୍ସବରେ ଲାଗିଛି ରୋକ। କେବଳ ପାଳିଆ ସେବାୟତଙ୍କ ଦ୍ୱାରା ଅନବସର ନୀତି ସମ୍ପାଦନା କରାଯାଉଛି। ଏହା ପୂର୍ବରୁ ସେବକଙ୍କ ଅଭାବରୁ ମହାପ୍ରଭୁ ଅଲାରନାଥ ପ୍ରାୟ ୩୦ ବର୍ଷରୁ ଊର୍ଦ୍ଧ୍ୱ ପୂଜା ପାଇ ନ ଥିବା ଅଲାରନାଥ ମନ୍ଦିରର ବରିଷ୍ଠ ପୂଜକ ତଥା ଗବେଷକ ନୀଳମଣି ସୁଆର କହିଛନ୍ତି।
ଗବେଷକ ନୀଳମଣିଙ୍କ କହିବା ଅନୁଯାୟୀ, ମହାପ୍ରଭୁ ଅଲାରନାଥଙ୍କୁ ୧୨ଶହ କମା ବ୍ରାହ୍ମଣମାନେ ସେବା କରୁଥିଲେ। ଯାହା ରାଜା କପିଳେନ୍ଦ୍ର ଦେବଙ୍କ ଶାସନ ସମୟର। ୧୪୩୫ ଖ୍ରୀଷ୍ଟାଦ୍ଦରୁ ୧୪୬୬ ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ରାଜା କପିଳେନ୍ଦ୍ର ଦେବଙ୍କ ଶାସନ ଥିଲା। ଏହି ସମୟରେ କପିଳେନ୍ଦ୍ର ଦେବ ତାଙ୍କ ଶାସନ କାଳର ପ୍ରାୟ ୧୦ ବର୍ଷ ପରେ ଦାକ୍ଷିଣାତ୍ୟ ଜୟ କରିଥିଲେ। ଫଳରେ ଏହି କମା ସମ୍ପ୍ରଦାୟର ବ୍ରାହ୍ମଣମାନେ ଉକ୍ତ ସ୍ଥାନ ଛାଡି ଅନ୍ୟତ୍ର ପଳାଇଥିଲେ। ଫଳରେ ମହାପ୍ରଭୁ ଅଲାରନାଥ ସେହି ଦିନ ଠାରୁ ଅପୂଜା ରହିଥିଲେ ା ମନ୍ଦିର ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡିଥିଲା। ପରବର୍ତ୍ତି ସମୟରେ ଗଜପତି ପୁରୁଷୋତ୍ତମ ଦେବଙ୍କ ଶାସନ ସମୟ ଆରମ୍ଭ ହୋଇଥିଲା। ପୁରୁଷୋତ୍ତମ ଦେବଙ୍କ ଶାସନ କାଳ ୧୪୬୬ରୁ ୧୪୯୭ ଖ୍ରୀଷ୍ଟାଦ୍ଦ ବୋଲି ଜଣାଯାଏ ା ରାଜାଙ୍କ ଶାସନ କାଳରେ ପ୍ରାୟ ୧୪୭୭ ଖ୍ରଷ୍ଟାଦ୍ଦ ସମୟରେ କାଞ୍ଚି ଅଭିଯାନ ହୋଇଥିଲା। ଏହି ମସୟରେ ପୁରୁଷତ୍ତୋମ ଦେବ କାଞ୍ଚି ଯିବା ସମୟରେ ଅଲାରନାଥ ମନ୍ଦିରକୁ ଦେଖିଥିଲେ। ରାଜାଙ୍କ କାଞ୍ଚି ବିଜୟ ପରେ ଫେରି ଉକ୍ତ ମନ୍ଦିରକୁ ପୁନରୋଧାର କରିଥିଲେ। ଠାକୁରଙ୍କ ନୀତିକାନ୍ତି ପାଇଁ ୩ଜଣ ସେବାୟତ ନିୟୋଜିତ କରିଥିଲେ ା ସେବେଠାରୁ ପୁରୀ ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି ସହିତ ଅଲାରନାଥ ମନ୍ଦିରର ସମସ୍ତ ନୀତିକାନ୍ତିରେ ପ୍ରାୟ ସମାଞ୍ଜସ୍ୟ ରହିଛି ା ସେବେ ଠାରୁ ମହାପ୍ରଭୁଙ୍କ ଅନବସର ନୀତି ଚାଲୁଥିଲେ ମଧ୍ୟ ଏହା ଲୋକଲୋଚନକୁ ଆସି ପାରିନଥିଲା। ରାଜା ପ୍ରତାପ ରୁଦ୍ରଦେବଙ୍କ ଶାସନ ସମୟ ଅର୍ଥାତ୍‌ ୧୫୧୦ ଖ୍ରୀଷ୍ଟାଦ୍ଦରେ ଶ୍ରୀଚୈତନ୍ୟ ଅନବସର ଦର୍ଶନ କରିବା ପାଇଁ ଅଲାରନାଥ ପୀଠକୁ ଆସିବା ପରେ ଏହା ବିଭିନ୍ନ ସାଧୁସନ୍ଥ ଓ ବୈଷ୍ଣବମାନଙ୍କ ମଧ୍ୟରେ ପ୍ରଚାର ପ୍ରସାର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରେ ଅଘଟଣ: ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କ ଜୀବନ ଗଲା…

କୃଷ୍ଣପ୍ରସାଦ,୧।୧ (କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡା ଚିଲିକାରେ ନୂଆ ବର୍ଷରେ ଏକ ଅଘଟଣ ଘଟିଛି। ସାତପଡା ଠାରୁ ଜହ୍ନିକୁଦା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri