୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ:ବିଜୟ ମିଶ୍ରଙ୍କୁ ‘ଜୟଦେବ ପୁରସ୍କାର’

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ, ସଂଳାପ ଲେଖକ ତଥା ନାଟ୍ୟକାର ଡ. ବିଜୟ ମିଶ୍ରଙ୍କୁ ୨୦୧୮ ମସିହା ପାଇଁ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ‘ଜୟଦେବ ପୁରସ୍କାର’ ପ୍ରଦାନ କରାଯିବ। ସଂଳାପ ରଚନା ଓ ଚଳଚ୍ଚିତ୍ର ନିର୍ଦ୍ଦେଶନା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ବିଜୟଙ୍କୁ ୧ଲକ୍ଷ ଟଙ୍କା ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି। ଏଥିସହ ୨୦୧୮ ମସିହା ଲାଗି ମୋଟ ୨୭ ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ଡିସେମ୍ବର ୧୯ରେ ଉତ୍କଳ ମଣ୍ଡପଠାରେ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ।
‘ଭିଜା ମାଟିର ସ୍ବର୍ଗ’କୁ ଏଥର ‘ଶ୍ରେଷ୍ଠ ଚଳଚ୍ଚିତ୍ର’ ଭାବେ ‘ମୋହନ ସୁନ୍ଦର ଦେବ ଗୋସ୍ବାମୀ’ ସମ୍ମାନ ପ୍ରଦାନ କରାଯିବ। ୫୦ହଜାର ଟଙ୍କା ଅର୍ଥରାଶି ବିଶିଷ୍ଟ ଏହି ପୁରସ୍କାର ଚଳଚ୍ଚିତ୍ରର ପ୍ରଯୋଜକ ଅକ୍ଷୟ କୁମାର ପରିଜା ଗ୍ରହଣ କରିବେ। ସେହିପରି ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’ ପାଇଁ ଏଥର ‘ଶ୍ରେଷ୍ଠ ନିର୍ଦ୍ଦେଶକ’ଭାବେ ମନମୋହନ ମହାପାତ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ। ‘ଭିଜା ମାଟିର ସ୍ବର୍ଗ’ରେ ଉଲ୍ଲେଖନୀୟ ଅଭିନୟ ପାଇଁ ୨୦୧୮ ବର୍ଷ ଲାଗି ‘ଶ୍ରେଷ୍ଠ ଅଭିନେତା’ ଭାବେ ମିହିର ଦାସ ମନୋନୀତ ହୋଇଛନ୍ତି। ସେହିଭଳି ‘ଚମ୍ପିଆନ୍‌’ ଫିଲ୍ମ ପାଇଁ ଅର୍ଚ୍ଚିତା ସାହୁ ଏଥର ‘ଶ୍ରେଷ୍ଠ ଅଭିନେତ୍ରୀ’ ପୁରସ୍କାର ପାଇବେ। ଚଳଚ୍ଚିତ୍ର ‘ଫେରିଆ କମ୍‌ବ୍ୟାକ୍‌’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଶାନ୍ତିରାଜ ଖୋସ୍‌ଲାଙ୍କୁ ଏଥର ‘ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ’ଭାବେ ‘ବାଳକୃଷ୍ଣ ଦାଶ ସମ୍ମାନ’ ପ୍ରଦାନ କରାଯିବ। ‘ଓଲେ ଓଲେ ଦିଲ୍‌ ବୋଲେ’ର ଡି. ନିରଞ୍ଜନ ରେଡ୍ଡିଙ୍କୁ ‘ଶ୍ରେଷ୍ଠ ସଂଳାପ ଲେଖକ’, ‘ଫେରିଆ କମ୍‌ବ୍ୟାକ୍‌’ ଚଳଚ୍ଚିତ୍ରର ‘ମାଣକ ପୂରିଲା’ ଗୀତ ପାଇଁ କରୁଣା କରଙ୍କୁ ‘ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ’, ‘ସାଥୀ ତୁ ଫେରିଆ’
ବିଜୟ ମିଶ୍ରଙ୍କୁ …
ଚଳଚ୍ଚିତ୍ରର ‘ଶ୍ରାବଣ ଅଛି ବରଷା ନାହିଁ…’ ଗୀତ ପାଇଁ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ‘ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା’, ‘ଭିଜା ମାଟିର ସ୍ବର୍ଗ’ ଚଳଚ୍ଚିତ୍ରର ଦିଲୀପ ରାୟଙ୍କୁ ‘ଶ୍ରେଷ୍ଠ ଚିତ୍ରଗ୍ରହଣକାରୀ’, ‘ଫେରିଆ କମ୍‌ବ୍ୟାକ୍‌’ ପାଇଁ ଅମରେନ୍ଦ୍ର ମହାପାତ୍ରଙ୍କୁ ‘ଶ୍ରେଷ୍ଠ ସମ୍ପାଦନା’, ‘ସାଥୀ ତୁ ଫେରିଆ’ ଚଳଚ୍ଚିତ୍ରର ‘ଶ୍ରାବଣ ଅଛି ବରଷା ନାହିଁ’ ଗୀତ ପାଇଁ ବସନ୍ତରାଜ୍‌ ସାମଲଙ୍କୁ ‘ଶ୍ରେଷ୍ଠ ଗୀତିକାର’ ଓ ‘ଭିଜା ମାଟିର ସ୍ବର୍ଗ’ ଫିଲ୍ମର ଆଶୁତୋଷ ମହାପାତ୍ରଙ୍କୁ ‘ଶ୍ରେଷ୍ଠ ଚିତ୍ରନାଟ୍ୟ’ ପାଇଁ ସମ୍ମାନିତ କରାଯିବ।
‘ଚମ୍ପିଆନ୍‌’ ଚଳଚ୍ଚିତ୍ରର ମନୋଜ ମିଶ୍ରଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା’, ‘ଫେରିଆ କମ୍‌ବ୍ୟାକ୍‌’ର ଶିବାନୀ ଖରାଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ’, ‘ଦିଓ୍ବାନା ହେଲି ତୋ ପାଇଁ’ର ରାକ୍ଷୀଙ୍କୁ ‘ଶ୍ରେଷ୍ଠ ହାସ୍ୟ ଅଭିନେତା’, ‘ଫେରିଆ କମ୍‌ବ୍ୟାକ୍‌’ର ସାର୍ଥକ ହୋତାଙ୍କୁ ‘ଶ୍ରେଷ୍ଠ ଶିଶୁ କଳାକାର’, ସେହି ଫିଲ୍ମର ସଂଗ୍ରାମ ମହାରଣାଙ୍କୁ ‘ଶ୍ରେଷ୍ଠ କଳା ନିର୍ଦ୍ଦେଶକ’, ‘ଜୀବନର ଚଲାପଥେ’ର ନିତ୍ୟଶ୍ରୀ ରଞ୍ଜନଙ୍କୁ ‘ଶ୍ରେଷ୍ଠ ଶବ୍ଦଗ୍ରହଣକାରୀ’ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ସେହିପରି ସ୍ବତନ୍ତ୍ର ଜୁରି ବିଭାଗରେ ଏଥର ପ୍ରାମାଣିକ ଚଳଚ୍ଚିତ୍ର ‘କହେ ବଲ୍ଲଭ’ ଓ ‘ଜୀବନର ଚଲାପଥେ’ ଚଳଚ୍ଚିତ୍ରର ଅଭିନେତା ସୌମ୍ୟକାନ୍ତ ଖଣ୍ଡାଲୀଙ୍କୁ ପୁରସ୍କୃତ କରାଯିବ। ଚଳିତବର୍ଷ ‘ଶ୍ରେଷ୍ଠ ଶିକ୍ଷାଭିିତ୍ତିକ ଶିଶୁ ଚଳଚ୍ଚିତ୍ର’ ପାଇଁ କେହି ଆବେଦନ କରି ନ ଥିବାବେଳେ ‘ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର’ ବିଭାଗରେ କଲ୍ୟାଣୀ ମିଶ୍ର ଓ ରଣଜିତ ରଥଙ୍କ ‘ଭିନ୍ନ ଭିଟାମାଟି’ ଏବଂ ନୀଳ ମହାପାତ୍ରଙ୍କ ‘ଦି ସନ୍‌ ଅଫ୍‌ ରିଭର୍‌’, ଓଡ଼ିଶାର ଆଦିବାସୀ ଭାଷାରେ ପ୍ରସ୍ତୁତ ଶେଷ୍ଠ ଚଳଚ୍ଚିତ୍ର ବିଭାଗରେ ‘ହୋ’ ସମାଜ ଫିଲ୍ମ ଏକାଡେମୀ ଦ୍ୱାରା ପ୍ରସ୍ତୁତ ‘ଆମାଗେ ଜୁଲି’ ପୁରସ୍କୃତ ହେବ। ‘ଭିଜା ମାଟିର ସ୍ବର୍ଗ’ର ନନ୍ଦଲାଲ ମହାପାତ୍ରଙ୍କୁ ‘ଶ୍ରେଷ୍ଠ ଡାଏଲଗ୍‌ ଲେଖକ’, ‘ଫେରିଆ କମ୍‌ବ୍ୟାକ୍‌’ର ପ୍ରସନ୍ନ ଶତପଥୀଙ୍କୁ ‘ଶ୍ରେଷ୍ଠ ବେଶପୋଷାକ ସଜ୍ଜାକାରୀ’ ଏବଂ ମୁନା ବାବୁଙ୍କୁ ‘ଶ୍ରେଷ୍ଠ ନୃତ୍ୟ ସଂଯୋଜକ’, ‘ଦିଓ୍ବାନା ହେଲି ତୋ ପାଇଁ’ର ସମରେଶ ପାଲଙ୍କୁ ‘ଶ୍ରେଷ୍ଠ ରୂପ ସଜ୍ଜାକାରୀ’ଭାବେ ପୁରସ୍କୃତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri