Categories: ଜାତୀୟ

୩ଦିନ ପର୍ଯ୍ୟନ୍ତ ସୁଶାସନର ଶିକ୍ଷା ନେବେ ଯୋଗୀଙ୍କ ମନ୍ତ୍ରୀ

ଲକ୍ଷ୍ନୌ,୮।୯: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମାନେ ଲକ୍ଷ୍ନୌର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ(ଆଇଆଇଏମ୍‌)ରେ ରବିବାରଠାରୁ ୩ ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏଥିରେ ମନ୍ତ୍ରୀମାନଙ୍କୁ ସୁଶାସନର ପାଠ ପଢାଯିବା ସହ ସାମାଜିକ ଓ ଆର୍ଥିକ ସନ୍ଦର୍ଭ ବିଷୟରେ ମଧ୍ୟ କୁହାଯାଉଛି। ଏଥିରେ ଦେଶ ବିଦେଶର ବିଭିନ୍ନ ବିକଶିତ ରାଜ୍ୟର ଉଦାହରଣ ଦିଆଯାଉଛି। ଏଥିରେ ଗ୍ରୁପ୍‌ ଡିସକଶନ ସହ ପ୍ରେଜେଣ୍ଟେଶନ ମଧ୍ୟ କରାଯିବ। ଏହି ‘ଲିଡରସିପ୍‌ ଡେଭ୍‌ଲପମେଣ୍ଟ ପ୍ରୋଗ୍ରାମ’ ମନ୍ଥନକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଛନ୍ତି। ଏହା ସକାଳ ୯ଟା ୩୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏଥିରେ ନୂଆ ପୁରୁଣା ସମସ୍ତ ମନ୍ତ୍ରୀ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ନିକଟରେ ଯୋଗୀଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରାଯାଇଥିବା ବେଳେ କେତେଜଣ ପ୍ରଥମ କରି ବିଧାୟକ ହୋଇଥିବା ନେତାଙ୍କୁ ମନ୍ତ୍ରୀ କରାଯାଇଛି। ତେଣୁ ସେମାନଙ୍କୁ କିଛି ଶିକ୍ଷାର ଆବଶ୍ୟକତାକୁ ନଜରରେ ରଖି ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା କୁହାଯାଉଛି।

Share