୩ଦଫା ଦାବିରେ ଜିଲାପାଳଙ୍କୁ ଦାବିପତ୍ର ଦେଲେ

ଭଦ୍ରକ ଅଫିସ, ୮ା୬- ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ୩ ଦଫା ଦାବି ପୂରଣ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣା ଦିଆଯାଇଥିଲା। ମୁଖ୍ୟତଃ ୨୦୨୦ ଖରିଫ ଧାନକିଣାରେ ସରକାରୀ ମଣ୍ଡିରେ ଚାଷୀ ଧାନ ବିକ୍ରି କରିଥିଲେ ମଧ୍ୟ ଏଯାବତ ପଇସା ପାଇନାହାନ୍ତି ଏବଂ ବଳକା ଧାନ ଅନ୍‌ଲାଇନରେ ଥାଇ ମଧ୍ୟ ଏପର୍ଯ୍ୟନ୍ତ ବିକ୍ରି ହୋଇନାହିଁ ଓ ସମ୍ପୃକ୍ତ ଧାନବିକ୍ରି ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଇନାହିଁ। ଫନୀ, ଫାଇଲିନ, ହୁଡ୍‌ହୁଡ୍‌ ଅମ୍ଫନ୍‌ରେ କ୍ଷତିଗ୍ରସ୍ତ ଚାଷୀଙ୍କ ଠାରୁ ଆରମ୍ଭ କରି ଘରଭଙ୍ଗା କ୍ଷୟକ୍ଷତି ଠିକ୍‌ ଆକଳନ ହୋଇନାହିଁ। ଭଦ୍ରକ ଜିଲା ସଂଯୋଜକ ତ୍ରିଲୋଚନ ପଣ୍ଡାଙ୍କ ନେତୃତ୍ୱରେ ବିଭିନ୍ନ ବ୍ଲକରୁ ଚାଷୀ ନେତା ମାନେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟନାରାୟଣ ନାୟକ, ସୀତାକାନ୍ତ ସାହୁ, ଲକ୍ଷ୍ମଣ ସାମଲ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ବିବେକାନନ୍ଦ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଏନେଇ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।