Categories: ଫୁରସତ

୨.୪୦ ଲକ୍ଷ ପୁରୁଣା ଯନ୍ତ୍ରାଂଶରେ ତିଆରି ଭାସମାନ ଘର

କାନାଡାର ଭାନ୍‌କୋଭର ଦ୍ୱୀପରେ ଏକ ଭାସମାନ ଘର ତିଆରି ହୋଇଛି। ଯେଉଁଥିରେ କ୍ୟାଥରିନ କିଙ୍ଗ୍‌ ଏବଂ ତାଙ୍କ ସ୍ବାମୀ ୱେନ୍‌ ଆଡାମସ୍‌ ବାସ କରନ୍ତି। ୭୧ବର୍ଷୀୟ ଆଡାମସ୍‌ ୧୯୯୧ରେ ଏହି ଘର ନିର୍ମାଣ ଆରମ୍ଭ କରିଥିଲେ। ଉକ୍ତ ଘରଟି ସୌର ଶକ୍ତି ପ୍ରଣାଳୀରେ ତିଆରି ହୋଇଥିବା ବେଳେ ଏଥିରେ ୧୨ଟି ଭାସମାନ କୋଠରି ରହିଛି। ଏହାର ବିଶେଷତ୍ୱ ହେଲା, ଏହି ଘରେ ୨.୪୦ ଲକ୍ଷ ଯନ୍ତ୍ରାଂଶ ବ୍ୟବହାର କରାଯାଇଛି। ଏଥିରେ ଅଧିକାଂଶ ଯନ୍ତ୍ରାଂଶ ପୁରୁଣା। ଏହାକୁ ରିସାଇକ୍ଲିଂ କରାଯାଇଛି। ଖାସ୍‌ କଥା ହେଲା ଯେତେବେଳେ ଝଡ଼ତୋଫାନ କିମ୍ବା ଅନ୍ୟ କୌଣସି କାରଣରୁ ଘର ଭାଙ୍ଗିଯାଏ ଦମ୍ପତି ପୁଣି ମରାମତି କରିଦିଅନ୍ତି। ଆଡାମସ୍‌ କୁହନ୍ତି, ଘରଟିକୁ ସୁନ୍ଦର କରି ଗଢ଼ି ତୋଳିବାରେ ଆମକୁ ସବୁବେଳେ କାମ କରିବାକୁ ପଡ଼ିଥାଏ। କ୍ୟାଥରିନ୍‌ ଏବଂ ଆଡାମସ୍‌ ଦୁଇଜଣ ପେସାରେ ଆର୍ଟିଷ୍ଟ।

Share