Categories: ଜାତୀୟ

୨ ସପ୍ତାହ ବିଳମ୍ବରେ ଅକ୍ଟୋବର ୮ରେ ଭାରତକୁ ମିଳିବ ରାଫାଲ୍‌

ନୂଆଦିଲ୍ଲୀ,୧୦।୯: ଫ୍ରାନ୍ସର ଯୁଦ୍ଧ ବିମାନ ରାଫାଲ୍‌ ଏବେ ୨ ସପ୍ତାହ ବିଳମ୍ବରେ ଭାରତକୁ ମିଳିବ। ଏହା ଅକ୍ଟୋବର ୮ରେ ଭାରତକୁ ମିଳିବ ବୋଲି ଫ୍ରାନ୍ସ୍‌ କହିଛି। ଏହାକୁ ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗ୍ରହଣ କରିବେ। ପୂର୍ବରୁ ଏହା ସେପ୍ଟେମ୍ବର ୨୦ରେ ଭାରତକୁ ମିଳିବ ବୋଲି କୁହାଯାଉଥିଲା। ସୂଚନାଯୋଗ୍ୟ, ୨୦୧୬ ସେପ୍ଟେମ୍ବରରେ ଫ୍ରାନ୍ସ୍‌ ସହିତ ଏନେଇ ବୁଝାମଣା ହୋଇଥିଲା। ୫୮ ହଜାର କୋଟି ଟଙ୍କାରେ ୩୬ ରାଫାଲ୍‌ ଯୁଦ୍ଧ ବିମାନ ଭାରତକୁ ଯୋଗାଇ ଦେବାକୁ ଚୁକ୍ତି ହୋଇଥିଲା।

Share