୨ ଲକ୍ଷ ମୁସଲମାନ ହଜ୍‌ ଯାଇପାରିବେ

ଓସାକା,୨୯ା୬(ପି.ଟି.): ସୌଦି ଆରବର ମକ୍କାକୁ ଏଣିକି ଭାରତରୁ ୨ ଲକ୍ଷ ମୁସ୍‌ଲିମ୍‌ ହଜ୍‌ ଯାତ୍ରା କରିପାରିବେ। ପୂର୍ବରୁ ଏହି ସଂଖ୍ୟା ୧୭୦,୦୦୦ ଥିବାବେଳେ ଶୁକ୍ର୍ରବାର ସୌଦି ଆରବ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ ଏଥିରେ ୩୦,୦୦୦ ବୃଦ୍ଧି କରିଛି। ଜାପାନର ଓସାକାରେ ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୌଦି ଆରବର କ୍ରାଉନ୍ସ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ହଜ୍‌ ଯାତ୍ରୀଙ୍କ ସଂଖ୍ୟା ୨ ଲକ୍ଷକୁ ବୃଦ୍ଧି କରାଯାଇଥିବା ନେଇ ବହିର୍ବ୍ୟାପାର ସଚିବ ବିଜୟ ଗୋଖଲେ ସୂଚନା ଦେଇଛନ୍ତି।

Share