୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଦୁର୍ବୃତ୍ତ ଫେରାର

ବାଲେଶ୍ୱର ଅଫିସ,୭।୧୦: ବାଲେଶ୍ବର ଜିଲା ସହଦେବଖୁଣ୍ଟା ଥାନା ଝାଡ଼େଶ୍ବର ମନ୍ଦିର ନିକଟରେ ସୋମବାର ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ସେମାନଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣକାରୀ ଫେରାର ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।