୨ ଯୁବକଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାଇରଙ୍ଗପୁର, ୨୨।୧୨(ଡି.ଏନ.ଏ.)- ପଡ଼ୋଶୀ ଝାଡଖଣ୍ଡ ରାଜ୍ୟ ଜାମସେଦପୁର ଅଞ୍ଚଳର ଜନୈକା ଯୁବତୀଙ୍କୁ ହତ୍ୟା କରାଯିବା ମାମଲାର ବିଚାର କରି ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅତିରିକ୍ତ ଜିଲା ଓ ଦୌରାଜଜ ଅନୂପ ରଞ୍ଜନ ପଟ୍ଟନାୟକ ୨ ଅଭିଯୁକ୍ତ ଯୁବକଙ୍କୁ ଶନିବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ଦ୍ୱୟ ହେଲେ ଜାମସେଦପୁର ଟେଲ୍‌କୋ ଥାନା ଅଞ୍ଚଳର ମୃତା ଯୁବତୀ କମଲ ମିଶ୍ରାଙ୍କ ପ୍ରେମିକ କୁହାଯାଉଥିବା ମିଥଲେଶ କୁମାର ଏବଂ ତାଙ୍କ ସହଯୋଗୀ ପରମଜିତ୍‌ ପ୍ରସାଦ । ଦୁଇ ଅଭିଯୁକ୍ତ ହତ୍ୟାକାରୀଙ୍କୁ ମଧ୍ୟ ୨୦ ହଜାର ଟଙ୍କା ଲୋଖାଏ ଜରିମାନା କରାଯାଇଛି। ଜରିମାନା ଅନାଦେୟ ୬ ମାସ କାରାଦଣ୍ଡାଦେଶ ଭୋଗିବାକୁ ମାଜିଷ୍ଟ୍ରେଟ୍‌ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ଜାମସେଦପୁର ଅଞ୍ଚଳର ମିଥଲେଶ ଓ ପରମଜିତ୍‌ କମଲଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଏକ କାର୍‌ରେ ଆଣି ଝାଡଖଣ୍ଡ ସୀମାବର୍ତ୍ତୀ ମୟୂରଭଞ୍ଜ ଜିଲା ତିରିଙ୍ଗ ଥାନା ଅନ୍ତର୍ଗତ ଯାମବଣୀ ଗ୍ରାମ ପାର୍ଶ୍ୱ ଏକ ଘଞ୍ଚ ଜଙ୍ଗଲରେ ଫିଙ୍ଗି ଫେରାର୍‌ ହୋଇ ଯାଇଥିଲେ। ତିରିଙ୍ଗ ଥାନା ପୋଲିସ୍‌ ଏ ନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିବା ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ପିକନିକ୍ ହେଲା କାଳ, ସୀତାକୁଣ୍ଡରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ବାରିପଦା,୨୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶାମାଖୁଂଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ତେବେ ବର୍ତ୍ତମାନ ସେମାନଙ୍କର ମୃତଦେହ ଉଦ୍ଧାର...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗଛକାଟି ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ବାରିପଦା,୨୩।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବାରିପଦା ସହରର ପାଲବଣିଠାରେ ବ୍ୟାପକ ଗଛକାଟି ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri