୨ ବର୍ଷ ୨ମାସରେ ୭ ରାଜ୍ୟରେ କ୍ଷମତା ହରାଇଛି ଭାଜପା

ନୂଆଦିଲ୍ଲୀ,୧୧।୨: ଗତ ୨ ବର୍ଷ ୨ମାସ ମଧ୍ୟରେ ୭ ରାଜ୍ୟରୁ ଭାଜପା ସରକାର କ୍ଷମତା ହରାଇଛି। ଏବେ ଦିଲ୍ଲୀକୁ ମିଶାଇ ୧୨ଟି ରାଜ୍ୟରେ ଅଣ ଭାଜପା ସରକାର ରହିଛନ୍ତି। ୨୦୧୭ରେ ୧୯ଟି ରାଜ୍ୟରେ ଭାଜପା ସରକାରଥିବାବେଳେ ଏବେ ତାହା କମିବାରେ ଲାଗିଛି। ଦିଲ୍ଲୀରେ ଆମ୍‌ ଆଦ୍‌ମୀର ବିପୁଳ ବିଜୟପରେ ଭାଜପା ଶିବିରରେ କୋକୁଆ ଭୟ ଖେଳି ଯାଇଛି। ଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ରଣନୀତି ବିଫଳ ରହିଥିବା କୁହାଯାଉଛି। ଗତ ୩ ମାସ ମଧ୍ୟରେ ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ଦଳ କ୍ଷମାତାଚ୍ୟୁତ ହୋଇଛି। ତେବେ ଦିଲ୍ଲୀର ଫଳାଫଳର ପ୍ରଭାବ ଅଗାମୀ ଦିନରେ କେତେକ ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହେବାର ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share