Categories: ଜାତୀୟ

୨ ଟଙ୍କା ପାଇଁ ହତ୍ୟା

ସୁଭରନାରାଜୁ,୧୧ା୧୧: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ୨ ଟଙ୍କା ପାଇଁ ବଚସାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। କାକିନାଡା ବ୍ଲକ୍‌ ବଲସାପକଲା ଗ୍ରାମର ନିର୍ମାଣ ଶ୍ରମିକ ସୁବର୍ଣ୍ଣରାଜୁ ସାଇକେଲରେ ପମ୍ପ୍‌ ଦେବାକୁ ଯାଇଥିଲେ। ପମ୍ପ ଦେବା ପରେ ଦୋକାନୀ ଶାମ୍ବା ୨ ଟଙ୍କା ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଶାମ୍ବାଙ୍କ ବନ୍ଧୁ ଆପ୍ପା ରାଓ ଏକ ଲୁହା ରଡ୍‌ରେ ସୁବର୍ଣ୍ଣରାଜୁଙ୍କ ମୁଣ୍ଡକୁ ପିଟିଥିଲେ।

Share