୨ ଗୋଷ୍ଠୀ ମଧ୍ୟରେ ଆକ୍ରମଣ: ୪ ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳରେ ୨ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ ମାମଲାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପିଞ୍ଛାବଣିଆ ଗ୍ରାମର ସାମେଶ୍ୱର ରାଉତ, ଆଙ୍କୋ ଗ୍ରାମର ସୁଜିତ ବେହେରା, ରମାକାନ୍ତ ବେହେରା ଓ ଜୟନ୍ତ ବେହେରା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାମେଶ୍ୱର ରାଉତଙ୍କୁ ସୁଜିତ, ରାମକୃଷ୍ଣ ଓ ଜୟନ୍ତ ମିଳିତ ଭାବେ ଶୁକ୍ରବାର ରାତିରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ମାମଲା (ନଂ. ୭/୨୦) ରୁଜୁ ହୋଇଛି। ଅପରପକ୍ଷେ ଜୟନ୍ତ ବେହେରାଙ୍କୁ ପ୍ରତିପକ୍ଷ ସାମେଶ୍ୱର ବେହେରା ଆକ୍ରମଣ କରିଥିବା ଅଭିଯୋଗ ମୁତାବକ ଅନ୍ୟ ଏକ ମାମଲା (ନଂ. ୮/୨୦) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା। ତଦନ୍ତ ଅଧିକାରୀ ଏଏସ୍‌ଆଇ ହେମନ୍ତ କୁମାର ଦେବ ରାତିରେ ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି।