୨ କର୍କଟ ପୀଡ଼ିତଙ୍କୁ ସହଯୋଗ

ବରଗଡ଼ ଅଫିସ୍‌,୩।୪-ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଏବଂ ଗାଇସିଲେଟ ଅଞ୍ଚଳର ୨ଜଣ କର୍କଟ ପୀଡ଼ିତଙ୍କୁ ସ୍ଥାନୀୟ ଜର୍ଜ ହାଇସ୍କୁଲର ୧୯୯୧ ବ୍ୟାଚ୍‌ ଛାତ୍ରୀଛାତ୍ର ସହଯୋଗର ହାତ ବଢ଼ାଇଛନ୍ତି । ସୂଚନା ଅନୁଯାୟୀ, ବୁରୋମୁଣ୍ଡାର ଚୂଡ଼ାମଣି ପ୍ରଧାନ ଏବଂ ଗାଇସିଲେଟ୍‌ ଅଞ୍ଚଳର ମାନଭଞ୍ଜନ ସାହୁ କର୍କଟ ରୋଗାକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି । ଏହି ଖବର ପାଇବା ପରେ ଜର୍ଜ ହାଇସ୍କୁଲର ୧୯୯୧ ବ୍ୟାଚ୍‌ ଛାତ୍ରୀଛାତ୍ର ସହଯୋଗର ହାତ ବଢ଼ାଇ ୮ହଜାର ଟଙ୍କାର ସହାୟତା ରାଶି ସେମାନଙ୍କ ପାଖକୁ ପଠାଇଥିଲେ । ସ୍ବେଚ୍ଛାସେବୀଙ୍କୁ ଏଭଳି ସହାୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।