୨୯ ଯାଏ ଲକ୍‌ଡାଉନ୍‌: ସରକାରୀ କର୍ମଚାରୀଙ୍କ ପାଇଁ ପୁନଃ ଗାଇଡ୍‌ଲାଇନ୍‌; ଜାଣନ୍ତୁ କିଏ ଆସିବେ, କିଏ ଆସିବେନି ଅଫିସ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ଦେଶରେ ଘାତକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଓଡ଼ିଶାରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ରବିବାରଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫ ଜିଲା ଓ ୮ ସହରରେ ପ୍ରାୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ ଘୋଷଣା କରିଛନ୍ତି। ତେବେ ଏହି ଲକ୍‌ଡାଉନ୍‌ ସମୟସୀମା ମଧ୍ୟରେ କେଉଁ ସରକାରୀ କର୍ମଚାରୀ ଅଫିସ ଆସିବେ, କେଉଁମାନେ ଆସିବେନି ସେଥିପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ପୁନଃ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏଥିରେ ସମସ୍ତ ସରକାରୀ ବିଭାଗକୁ ୩ଟି ବିଭାଗରେ ବିଭକ୍ତୀକରଣ କରାଯାଇଛି।

ସବିଶେଷ ଜାଣନ୍ତୁ:
୩ ବିଭାଗ:

୧. କ୍ରିଟିକାଲ:(୬ ବିଭାଗ): ଏହି ବିଭାଗର କର୍ମଚାରୀ ଅଫିସ ଆସିବା ବାଧ୍ୟତାମୂଳକ।

ଏଫ୍‌ଏସ୍‌ ଆଣ୍ଡ ସିଡବ୍ଲୁ(FS & CW)
ଜିଏ ଆଣ୍ଡ ପିଜି( GA & PG)
ଏଚ୍‌ ଆଣ୍ଡ ୟୁଡି( H & UD)
ସ୍ବାସ୍ଥ୍ୟ, ଗୃହ, ଓଏସ୍‌ଡିଏମ୍‌ଏ(Health & family welfare)

୨.ଆଂଶିକ କ୍ରିଟିକାଲ:(୯ ବିଭାଗ)
ଏହି ବିଭାଗର କେଉଁମାନେ ଅଫିସ ଆସିବେ ସଚିବ ସ୍ଥିର କରିବେ।

ସି ଆଣ୍ଡ ଟି(C & D)
ଇ ଆଣ୍ଡ ଆଇଟି(E & IT)
ଶକ୍ତି(Energy)
ଅର୍ଥ (Finance)
ଆଇ ଆଣ୍ଡ ପିଆର୍‌(I and PR)
ପିଆର୍‌ ଆଣ୍ଡ ଇଡବ୍ଲୁ(PR & DW)
ରାଜସ୍ବ(Revenue)
ଏସ୍‌ସି/ଏସ୍‌ଟି(SC &ST Dev)
ପୂର୍ତ୍ତ(Work)

୩.ନନ୍‌-କ୍ରିଟିକାଲ:(୨୫ ବିଭାଗ)
ଏହି ବିଭାଗର କର୍ମଚାରୀ ଅଫିସ ଆସିବେ ନାହିଁ।

ଏଜି ଆଣ୍ଡ ଏଫ୍‌ଇ(Agriculture & FE)
ସମବାୟ
ଅବକାରୀ
ଏଫ୍‌ ଆଣ୍ଡ ଏଆର୍‌ଡି(F & RD)
ଜଙ୍ଗଲ ଓ ପରିବେଶ
ବୟନ ଓ ହସ୍ତତନ୍ତ
ଉଚ୍ଚଶିକ୍ଷା, ଆଇନ୍‌
ଶିଳ୍ପ
ଶ୍ରମ
ଇଏସ୍‌ଆଇ(ESI)
ଏମ୍‌ଏସ୍‌ଏମ୍‌ଇ(MSME)
ଓଏଲ୍‌ଏଲ୍‌ ଓ ସଂସ୍କୃତି(OLL & culture)
ସଂସଦୀୟ ବ୍ୟାପାର
ଯୋଜନା ଓ ରୂପାୟନ
ସାଧାରଣ ଉଦ୍ୟୋଗ
ଗ୍ରାମ୍ୟ ଉନ୍ନୟନ
ସ୍କୁଲ ଓ ଗଣଶିକ୍ଷା
ଏସ୍‌ଏସ୍‌ଇପିଡି(SSEPD)
ଡବ୍ଲୁ ଆଣ୍ଡ ସିଡି(W &CD)
ଏମ୍‌ଏସ(MS)
ବିଜ୍ଞାନ
ଏସ୍‌ଡି ଆଣ୍ଡ ଟିଇ(SD & TE)
କ୍ରୀଡ଼ା
ଖଣିଇସ୍ପାତ
ପର୍ଯ୍ୟଟନ
ଜଳ ସମ୍ପଦ ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri