Categories: ଜାତୀୟ

୨୯ ଦିନର ଝିଅକୁ ଧରି ସିଏଏ ବିରୋଧୀ ହିଂସାରେ ସାମିଲ ହେଲେ ମହିଳା

ନୂଆଦିଲ୍ଲୀ, ୧।୧: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ନେଇ ଦିଲ୍ଲୀ ଶାହିନ୍‌ ବାଗ୍‌ ଅଞ୍ଚଳରେ ଲଗାତର ବିରୋଧ ପ୍ରଦର୍ଶନ ଜାରି ରହିଛି। ହଜାର ହଜାର ଆନ୍ଦୋଳନକାରୀ ପ୍ରତିଦିନ ଏଠାରେ ଏକତ୍ର ହୋଇ ସିଏଏ ବିରୋଧୀ ନାରାମାନ ଦେଉଛନ୍ତି। ଡିସେମ୍ବର ୩୧ ରାତିରେ ଏଠାରେ ଆନ୍ଦୋଳନକାରୀମାନେ ନୂଆବର୍ଷକୁ ସ୍ବାଗତ କରିଥିଲେ। ସେହି ପ୍ରଦର୍ଶନକାରୀଙ୍କ ମଧ୍ୟରେ ଜଣେ ମହିଳା ସାମିଲ ଥିଲେ, ଯେ କି ନିଜ ୨୯ ଦିନର ଝିଅକୁ କୋଳରେ ଧରି ବିକ୍ଷୋଭସ୍ଥଳରେ ପହଞ୍ଚିଥିଲେ। ରିହାନା ଖାତୁନ ନାମ୍ନୀ ମହିଳା ଜଣଙ୍କର ସ୍ବାମୀ ଦିଲ୍ଲୀ ଏମ୍‌ସିଡିରେ କାମ କରନ୍ତି। ତାଙ୍କର ୫ଟି ସନ୍ତାନ ଅଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ଏନ୍‌ସିଆର୍‌ରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ତାପମାତ୍ରା ୬ ଡିଗ୍ରୀ ସେଲ୍‌ସିୟସକୁ ଖସିଆସିଛି। ଏହାସତ୍ତ୍ୱେ ମଧ୍ୟ ବିକ୍ଷୋଭକାରୀମାନେ ସିଏଏ ବିରୋଧରେ ପ୍ରଦର୍ଶନ କରୁଛନ୍ତି।

Share