୨୯୨ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

କୋରାପୁଟ,୨୧।୧୦(ସ୍ବ.ପ୍ର.): କୋରାପୁଟ ଜିଲା ପୋଲିସ ପକ୍ଷରୁ ସୋମବାର ସ୍ଥାନୀୟ ପୋଲିସ ପଡିଆଠାରେ ୬୦ତମ ପୋଲିସ ଶହୀଦ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶ ମାତୃକାର ସୁରକ୍ଷା କରିବା ନେଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୨୯୨ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍‌ ଅହମ୍ମଦ କେ. ମୁଖ୍ୟ ଅତିଥିଭାବେ ଯୋଗଦେଇ ପରେଡ୍‌କୁ ଅଭିବାଦନ କରିବା ସହିତ ପରିଦର୍ଶନ କରିଥିଲେ ା ଏହି ଅବସରରେ ଏସ୍‌ଓଜି କମାଣ୍ଡାଣ୍ଟ ଆଶିଷ କୁମାର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉକତ୍ଳ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।