Categories: ବାଣିଜ୍ୟ

୨୮ ରାଷ୍ଟ୍ରାୟତ୍ତ ସଂସ୍ଥାର ଅଂଶଧନ ବିକ୍ରି ହେବ

ନୂଆଦିଲ୍ଲୀ,୧୯-୧୧: ୨୮ ରାଷ୍ଟ୍ରାୟତ୍ତ ସଂସ୍ଥାର ଅଂଶଧନ ବିକ୍ରି ନେଇ ସରକାର ଯୋଜନା ରଖିଛନ୍ତି। ଏୟାର ଇଣ୍ଡିଆ ସମେତ ୨୮ ରାଷ୍ଟ୍ରାୟତ୍ତ ସଂସ୍ଥାର ଷ୍ଟ୍ରାଟେଜିକ ଅଂଶଧନ ବିକ୍ରି ଲାଗି କେନ୍ଦ୍ର କ୍ୟାବିନେଟ ନୀତିଗତ ମଞ୍ଜୁରୀ ପ୍ରଦାନ କରିଥିବା ସୋମବାର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ସରକାର ପୁଞ୍ଜି ପ୍ରତ୍ୟାହାରରୁ ୧.୦୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୭,୩୬୪ କୋଟି ଟଙ୍କା ସଂଗ୍ରହ ହୋଇଥିବା ଅର୍ଥରାଷ୍ଟ୍ର ମନ୍ତ୍ରୀ ଲୋକ ସଭାକୁ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି।

Share