୨୭.୫ ଲକ୍ଷ ମନରେଗା ଶ୍ରମିକଙ୍କ ଖାତାରେ ୬୧୧କୋଟି ଟଙ୍କା ଜମା କଲେ ଯୋଗୀ ସରକାର

ଲକ୍ଷ୍ନୌ, ୩୦।୧: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଥିରେ ସବୁଠାରୁ ଶ୍ରମିକ ଓ ଦିନ ମଜୁରିଆ ପ୍ରଭାବିତ ହୋଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ଧରଣର କାର୍ଯ୍ୟ ବନ୍ଦ ରହିଥିବାରୁ ଏମାନେ ନିଜର ଜୀବିକା ହରାଇଛନ୍ତି। ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରମିକମାନଙ୍କୁ ଆର୍ଥିକ ସହୟତା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ସହରର ୨୭.୫ଲକ୍ଷ ମନରେଗା ଶ୍ରମିକଙ୍କ ଆକାଉଣ୍ଟକୁ ୬୧୧ କୋଟି ଟଙ୍କା ସରକାର ଜମା କରିଥିବା ଜଣାପଡ଼ିଛି। ଏହାପୂର୍ବରୁ ଯୋଗୀ ସରକାର ୨୦ ଲକ୍ଷ ଦିନ ମଜୁରିଆଙ୍କୁ ହଜାରେ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଥିଲେ। ଏଥିସହ ଶ୍ରମିକଙ୍କଠାରୁ ଏକ ମାସ ପର୍ଯ୍ୟନ୍ତ ଘରଭଡା ନ ନେବା ପାଇଁ ଏବଂ ବିଦ୍ୟୁତ, ପାଣି କନେକ୍ସନ ନ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ।

Share