Categories: ଖେଳ

୨୭ ରନ ଦୂରରେ ରୋହିତ୍‌

ମାଞ୍ଚେଷ୍ଟର, ୯।୭- ଚଳିତ ବିଶ୍ୱକପ୍‌ରେ ଦମ୍‌ଦାର ଫର୍ମରେ ଥିବା ଭାରତୀୟ ତାରକା ଓପନର୍‌ ରୋହିତ୍‌ ଶର୍ମା ପୁଣି ଏକ ବିଶ୍ୱକପ୍‌ କିର୍ତ୍ତୀମାନଠାରୁ ୨୭ ରନ ଦୂରରେ ରହିଛନ୍ତି। ବିଶ୍ୱକପ୍‌ ଇତିହାସର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର ସୁଯୋଗ ତାଙ୍କ ନିକଟରେ ରହିଛି। ମଙ୍ଗଳବାର ଏଠାରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ସେମିଫାଇନାଲରେ ଯଦି ରୋହିତ୍‌ ଆଉ ୨୭ ରନ୍‌ ସଂଗ୍ରହ କରନ୍ତି ତେବେ ଏହି କିର୍ତ୍ତୀମାନ ସ୍ଥାପନ କରିବେ। ପୂର୍ବରୁ ଏହି ରେକର୍ଡ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସଚିନ ୨୦୦୩ ସଂସ୍କରଣରେ ୧୧ ମ୍ୟାଚ୍‌ରୁ ୬୭୩ ରନ୍‌ ସଂଗ୍ରହ କରି ଏହି ତାଲିକାର ଶୀର୍ଷରେ ରହିଛନ୍ତି। ପ୍ରାକ୍ତନ ଅଷ୍ଟ୍ରେଲୀୟ ଓପନର୍‌ ମାଥ୍ୟୁ ହେଡେନ୍‌ ୨୦୦୭ ବିଶ୍ୱକପ୍‌ରେ ୬୫୯ ରନ କରି ତାଲିକାର ୨ୟ ସ୍ଥାନରେ ରହିଛନ୍ତି। ତାଲିକାର ୩ୟ ସ୍ଥାନରେ ଥିବା ରୋହିତ୍‌ ଚଳିତ ବିଶ୍ୱକପ୍‌ରେ ୮ ଇନିଂସରୁ ୫ ଶତକ ସହ ୬୪୭ ରନ୍‌ ସଂଗ୍ରହ କରିଛନ୍ତି।

Share