Posted inଫୁରସତ

୨୬ ବର୍ଷ ଧରି ପାଣିରେ ବୁଡ଼ିରହିଥିବା ‘ଭୂତ ଗାଁ’

ଇଟାଲୀର ଏକ ମଧ୍ୟଯୁଗୀୟ ଗାଁ। ଯାହା ୨୬ ବର୍ଷ ଧରି ପାଣି ଭିତରେ ବୁଡ଼ିରହିଛି। ଏହାକୁ ‘ଭୂତ ଗାଁ’ କୁହାଯାଏ। ଦୀର୍ଘଦିନ ଧରି ଏହି ଗାଁ ପାଣି ଭିତରେ ବୁଡ଼ି ରହିଥିଲା। ବର୍ତ୍ତମାନ ଏହା ବାହାରକୁ ଦେଖାଗଲାଣି। ଇଟାଲୀ ଗ୍ରାମ ଫେବ୍ରିଶ୍‌ ଡି କ୍ୟାରିନ୍‌ ୧୩୦୦ ଶତାବ୍ଦୀରେ ଲୁହା ଉତ୍ପାଦନ ପାଇଁ ପ୍ରସିଦ୍ଧ ଥିଲେ। ୧୯୪୭ ମସିହାରେ ଏକ ଜଳ ବିଦ୍ୟୁତ୍‌ ବନ୍ଧ ନିର୍ମାଣ କରାଯାଇଥିଲା। ଫଳରେ ସେହି ଗ୍ରାମବାସୀଙ୍କୁ ନିକଟସ୍ଥ ଭାଗ୍‌ଲି ଡି ସୋଟୋ ଗ୍ରାମକୁ ନିଆଯାଇଥିଲା। ଏହା ପରେ ଏହି ସୁନ୍ଦର ଗାଁଟି ସବୁଦିନ ପାଇଁ ପାଣି ଭିତରେ ରହିଗଲା। ଯାହାକି କୃତ୍ରିମ ରୂପରେ ତିଆରି ହୋଇଥିବା ହ୍ରଦ ଭିତରେ ବୁଡ଼ିଗଲା। ଯଦିଓ ଗାଁଟି ପାଣିରେ ବୁଡ଼ି ରହିଥିଲା, ଆଜି ବି ଏହି ଗାଁର କୋଠା, ଶ୍ମଶାନ, ବ୍ରିଜ୍‌ ଏବଂ ଚର୍ଚ୍ଚ ସବୁ ଠିକ୍‌ ରହିଛି। ଯାହା ଅବିଶ୍ୱସନୀୟ। କୁହାଯାଏ, ଏହି ଗାଁରେ ଅତୃପ୍ତ ଆତ୍ମା ଏବଂ ଭୂତ ଥିଲେ। ତେଣୁ ଏହାକୁ ହ୍ରଦରେ ବୁଡ଼ାଇଦେଲା। ଯେହେତୁ ଏହି ଡ୍ୟାମ ନିର୍ମାଣ ହୋଇଛି, ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଡ୍ୟାମ୍‌କୁ ୪ ଥର ଖାଲି କରାଯାଇଛି। ୧୯୫୮, ୧୯୭୪, ୧୯୮୩ ଏବଂ ୧୯୯୪ରେ ଉକ୍ତ ଡ୍ୟାମ୍‌କୁ ଖାଲି କରାଯାଇଥିଲା। ଫଳରେ ଲୋକେ ଗାଁଟିକୁ ଦେଖିବାକୁ ପାଇଥିଲେ। ଶେଷଥର ପାଇଁ ୧୯୯୪ରେ ଗାଁଟିକୁ ଦେଖିବା ପାଇଁ ହଜାର ହଜାର ଲୋକ ଆସିଥିଲେ। ସେହି ସମୟରେ ନିଆଯାଇଥିବା ଗାଁର ଫଟୋରୁ ସ୍ପଷ୍ଟ ଭାବେ ଜଣାପଡୁଛି ଘରର କାନ୍ଥଗୁଡ଼ିକ ଆଜି ବି ସୁରକ୍ଷିତ ଅବସ୍ଥାରେ ରହିଛି।
ଭାଗଲି ଡି ସୋଟୋର ପୂର୍ବତନ ମେୟରଙ୍କ ଝିଅ କୁହନ୍ତି, ପୁଣି ଥରେ ଏହି ଗାଁ ସମସ୍ତଙ୍କ ସାମ୍ନାକୁ ଆସିଛି। ଆସନ୍ତାବର୍ଷ ଏହି ହ୍ରଦ ଖାଲି ହେବ ବୋଲି ଫେସ୍‌ବୁକ ପୋଷ୍ଟରେ ଲୋରେଞ୍ଜା ଜିଓର୍ଗି ଦାବି କରିଛନ୍ତି। ସେ ତାଙ୍କ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ସୂଚନା ଦେଉଛି ଯେ, ଆସନ୍ତା ବର୍ଷ ଅର୍ଥାତ ୨୦୨୧ ମସିହାରେ ୱାଗାଲି ହ୍ରଦକୁ ସ୍ଥାନାନ୍ତର କରାଯିବ। ସେ ଆହୁରି କହିଛନ୍ତି, ମୋ’ ବାପା ମେୟର ଥିବା ବେଳେ ୧୯୯୪ରେ ଏହି ଗାଁକୁ ଲୋକେ ଦେଖିବାକୁ ପାଇଥିଲେ। ବାପା ମୋତେ କହିଥିଲେ ଏତେ ସଂଖ୍ୟକ ଲୋକଙ୍କୁ ଆକର୍ଷିତ କରିବା କଷ୍ଟସାଧ୍ୟ ଥିଲା। ପ୍ରଶାସନ ଉପରେ ବୋଝ ନ ହୋଇ ଏହିସବୁ କରାଯାଇଥିଲା। ମୁଁ ଆଶା କରୁଛି ଯେ, ଆସନ୍ତା ବର୍ଷ ସୋସିଆଲ ନେଟ୍‌ୱାର୍କ ସାହାଯ୍ୟରେ ଆମେ ଅତୀତର ସଫଳତା ହାସଲ କରିପାରିବା। ପୂର୍ବପରି ଗାଁରେ ପୁଣି ଜନବସତି ଗଢ଼ିଉଠିବ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri