Categories: ବାଣିଜ୍ୟ

୨୬ରୁ ସ୍ପାଇସଜେଟ୍‌ ଉଡ଼ାଇବ ୨୮ ବିମାନ

ନୂଆଦିଲ୍ଲୀ,୨୪-୪: ଆସନ୍ତା ୨୬ରୁ ଘରୋଇ ନେଟଓ୍ବାର୍କରେ ସ୍ପାଇସଜେଟ୍‌ ନୂଆଦିଲ୍ଲୀ ଏବଂ ମୁମ୍ବାଇରୁ ଅନ୍ୟ ସହରକୁ ଦୈନିକ ୨୮ ନୂଆ ବିମାନ ଉଡ଼ାଇବ ବୋଲି ମଙ୍ଗଳବାର କମ୍ପାନୀ ପକ୍ଷରୁ କୁହାଯାଇଛି। ସ୍ପାଇସଜେଟ୍‌ କହିଛି ଯେ, ଏହା ମୁମ୍ବାଇ-ଜୟପୁର-ମୁମ୍ବାଇ, ମୁମ୍ବାଇ-ଅମୃତସର-ମୁମ୍ବାଇ, ମୁମ୍ବାଇ-ମାଙ୍ଗାଲୋର-ମୁମ୍ବାଇ ଏବଂ ମୁମ୍ବାଇ-କୋଏମ୍ବାଟୁର-ମୁମ୍ବାଇ, ମୁମ୍ବାଇ-ପାଟନା-ମୁମ୍ବାଇ, ମୁମ୍ବାଇ-ହାଇଦ୍ରାବାଦ-ମୁମ୍ବାଇ ଏବଂ ମୁମ୍ବାଇ-କୋଲକାତା-ମୁମ୍ବାଇ ମାର୍ଗରେ ନୂଆ ବିମାନ ଚଳାଇବ। ସେହିପରି କମ୍ପାନୀ ଦିଲ୍ଲୀରୁ ପାଟନା ଏବଂ ଦିଲ୍ଲୀରୁ ବେଙ୍ଗାଲୁରୁକୁ ମଧ୍ୟ ବିମାନ ସେବା ଆରମ୍ଭ କରିବ। ଏହାବ୍ୟତୀତ ମୁମ୍ବାଇ-ଦିଲ୍ଲୀ-ମୁମ୍ବାଇ ମାର୍ଗରେ ମଧ୍ୟ ଆହୁରି ୩ ଉଡ଼ାଣ ଆରମ୍ଭ କରାଯିବ। ଏହାଛଡ଼ା ସ୍ପାଇସଜେଟ୍‌ ମେ ଶେଷ ସୁଦ୍ଧା ମୁମ୍ବାଇରୁ ହଂକଂ, ଜେଦା, ଦୁବାଇ, କଲମ୍ବୋ, ଢାକା, ରିୟାଦ, ବ୍ୟାଙ୍କକ ଏବଂ କାଠମାଣ୍ଡୁରୁ ଅନ୍ତଃରାଷ୍ଟ୍ରୀୟ ଉଡ଼ାଣ ଆରମ୍ଭ କରିବ ବୋଲି କହିଛି।

Share