Categories: ଜାତୀୟ

୨୫ ଦିନିଆ ଭିଜାରେ ପାକିସ୍ତାନରୁ ଭାରତ ଆସିଲେ ୫୦ ହିନ୍ଦୁ ପରିବାର

ପଞ୍ଜାବ,୩।୨: ଓ୍ବାଘା-ଅଟାରି ସୀମା ଦେଇ ସୋମବାର ୫୦ ହିନ୍ଦୁ ପରିବାର ପାକିସ୍ତାନରୁ ଆସି ଭାରତରେ ପହଞ୍ଚିଛନ୍ତି। ଏମାନେ ୨୫ ଦିନିଆ ଭିଜାରେ ଭାରତ ଗସ୍ତ କରିଛନ୍ତି। ଏହି ପାକିସ୍ତାନୀ ହିନ୍ଦୁମାନେ ହରିଦ୍ୱାରରେ ବୁଡ ପକାଇବାକୁ ଆସିଛନ୍ତି। ଲକ୍ଷ୍ମଣ ଦାସ ନାମକ ଜଣେ ପାକିସ୍ତାନୀ ହିନ୍ଦୁ କହିଛନ୍ତି ସେ ହରିଦ୍ୱାରରେ ପବିତ୍ର ବୁଡ ପକାଇବେ। ଏହାପରେ ସେ ତାଙ୍କ ଭବିଷ୍ୟତ କଥା ଚିନ୍ତା କରିବେ ଅର୍ଥାତ୍‌ ସେ ଭାରତରେ ରହିବେ କି ନା।

Share