Categories: ବାଣିଜ୍ୟ

୨୫% ଦରମା କାଟିବ ଇଣ୍ଡିଗୋ

ନୂଆଦିଲ୍ଲୀ,୧୧।୫- ଦେଶର ସର୍ବବୃହତ୍‌ ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋ ଏୟାର ଲାଇନ୍ସ ଆର୍ଥିକ ବର୍ଷ ୨୦୨୦-୨୧ପାଇଁ ଏହାର କର୍ମଚାରୀଙ୍କ ବେତନରୁ ୫% ରୁ ୨୫% କାଟ କରିବା ପାଇଁ ନିଷ୍ପତ୍ତି ନେଇଛି ା ତେବେ ବରିଷ୍ଠ ବର୍ଗର କର୍ମଚାରୀଙ୍କ କ୍ଷେତ୍ରରେ୨୫% ବେତନ କାଟ ହେବ ବୋଲି ଶୁକ୍ରବାର କମ୍ପାନୀ ପକ୍ଷରୁ ସୂଚନା ମିଳିଛି ା କରୋନା ସଂକ୍ରମଣର ଭୟାବହତା କାରଣରୁ ମାର୍ଚ୍ଚ ତୃତୀୟ ସପ୍ତାହରୁ ସରକାରୀ ଓ ଘରୋଇ ବିମାନ ସେବାକୁ ସାମୂହିକ ବନ୍ଦ ରଖିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଣାଳୟ ର୍ନିର୍ଦ୍ଦେଶାବଳୀ ଜାରି କରିଥିଲା ା ଏହି ନିଷ୍ପତ୍ତି ଅନୁସାରେ କମ୍ପାନୀ ଗୁଡିକ ସେବା ବନ୍ଦ ରଖିଛନ୍ତି । ସେବା ବନ୍ଦ ଥିବାରୁ ଏଭଳି ପରିସ୍ଥିିତିରେ କର୍ମଚାରୀଙ୍କୁ ଶତ ପ୍ରତିଶତ ବେତନ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା କଷ୍ଟକର । ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ରଣଜୟ ଦତ୍ତ ଟୁଇଟ୍‌ ଓ ଇମେଲ ମାଧ୍ୟମରେ କର୍ମଚାରୀମାନଙ୍କୁ ଅବଗତ କରାଇଛନ୍ତି ା ସେ ଆହୁରି କହିଛନ୍ତି ଯେ , ଗତ ମାର୍ଚ୍ଚ ଶେଷ ସପ୍ତାହରୁ କର୍ମଚାରୀଙ୍କ ବେତନ ହ୍ରାସ ଘୋଷଣା କରାଯାଇଥିଲା । ସେହିଭଳି ମେ , ଜୁନ ଏବଂ ଜୁଲାଇ ମାସର ବେତନ ପ୍ରଦାନ ବିଷୟରେ କମ୍ପାନୀ ପକ୍ଷରୁ ଚିନ୍ତା କରାଯାଉଛି ା ଗତ ୨ମାସ ହେଲା ବିମାନ ଚଳାଚଳ ବନ୍ଦ ରହିଥିବାରୁ କମ୍ପାନୀ ବର୍ତ୍ତମାନ ବ୍ୟାପକ ସମସ୍ୟାରେ ରହିଛି । ଏହି କାରଣ ପାଇଁ ବରିଷ୍ଠ ଅଧିକାରୀଙ୍କର ୨୫%, ବରିଷ୍ଠ ଉପାଧ୍ୟକ୍ଷ ବର୍ଗରେ ୨୦% , ଉପାଧ୍ୟକ୍ଷ ବର୍ଗର ୧୫%, ସହ ଉପାଧ୍ୟକ୍ଷଙ୍କର ୧୫% ସମେତ ଅନ୍ୟ ବର୍ଗଙ୍କ ପାଇଁ ୫% ହିସାବରେ ଦରମା କାଟ ନିଷ୍ପତ୍ତି ହୋଇଥିବା ସେ ସୂଚନା ଦେଇଛନ୍ତି ।

Share