୨୫ରୁ ଘରୋଇ ବିମାନ ସେବା ବାତିଲ

ନୂଆଦିଲ୍ଲୀ, ୨୪ା୩: କରୋନା ଭାଇରସ୍‌ ଯୋଗୁ ଆସନ୍ତା ୨୫ରୁ ସମସ୍ତ ଘରୋଇ ବିମାନ ବନ୍ଦରହିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। କରୋନା ଭୂତାଣୁ ଯେପରି ନ ବ୍ୟାପିବ, ସେଥିଲାଗି ବିମାନ ଯାତ୍ରା ଉପରେ କଟକଣା ଲଗାଯାଇଛି। ରବିବାରଠାରୁ ଭାରତ ସପ୍ତାହକ ଲାଗି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଲଗାଇଥିଲା। ଏବେ ଘରୋଇ ବିମାନଗୁଡ଼ିକ ମାର୍ଚ୍ଚ ୨୪ ରାତି ୧୨ରୁ ଚଳାଚଳ ବନ୍ଦ ରଖିବେ ବୋଲି ମନ୍ତ୍ରଣାଳୟର ମୁଖପାତ୍ର ପ୍ରକାଶ କରିଛନ୍ତି। ଏହି ସମୟ ମଧରେ ବଭିନ୍ନ ଘରୋଇ ବିମାନଗୁଡ଼ିକ ସେମାନଙ୍କ କାର୍ଯ୍ୟସ୍ଥଳୀରେ ପହଞ୍ଚିଯିବେ। ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ମାଲ୍‌ବାହୀ ବିମାନଗୁଡ଼ିକ ଲାଗି ଏହା ଲାଗୁ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

Share