Categories: ବାଣିଜ୍ୟ

୨୪ ଘଣ୍ଟିଆ ହେବ ଏନ୍‌ଇଏଫ୍‌ଟି ନେଣଦେଣ

ନୂଆଦିଲ୍ଲୀ,୧୬-୧୨: ଯଦି ଆପଣ ଅନଲାଇନ ନେଣଦେଣ ନ୍ୟାଶନାଲ ଇଲେକଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ଦ୍ୱାରା କରୁଥାନ୍ତି ତେବେ ଏହା ଆହୁରି ସୁବିଧା ଜନକ ହୋଇଛି। ୧୬ ଡିସେମ୍ବରଠାରୁ ଏନ୍‌ଇଏଫ୍‌ଟି ନେଣଦେଣ ୨୪ ଘଣ୍ଟିଆ ହେବ। ଏହା ପୂର୍ବରୁ ଏହାର ୨୪ ଘଣ୍ଟିଆ ସେବା ଯୋଗାଣ ହେଉ ନ ଥିଲା। ସେହିଭଳି ଏନ୍‌ଇଏଫ୍‌ଟି ସେବା ସପ୍ତାହର ୭ ଦିନ ମିଳିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଏକ ବିଜ୍ଞପ୍ତିରୁ ଜଣାପଡିଛି। ଏହି ସୁବିଧା ଦ୍ୱାରା ଗ୍ରାହକ ଏକାଥରକେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣ କରିପାରିବେ। ଏହି ଧାରାକୁ ସୁଗମ କରିବା ଲାଗି ସବୁ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି। ଗ୍ରାହକଙ୍କୁ ଏ ନେଇ ସଚେତନ କରାଇବାକୁ କୁହାଯାଇଛି। ଏନ୍‌ଇଏଫ୍‌ଟି ଏବଂ ଆର୍‌ଟିଜିଏସ୍‌ ନେଣଦେଣ ଉପରେ ଚାର୍ଜ ନ ନେବା ଲାଗି ପୂର୍ବରୁ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି।

Share