Categories: ଜାତୀୟ

୨୪ ଘଣ୍ଟା ଖୋଲା ରହିବ ରେଷ୍ଟୁରାଣ୍ଟ୍‌-ମଲ୍‌-ପବ୍‌: ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ମୁମ୍ବାଇ,୨୨।୧: ମୁମ୍ବାଇରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାର ପ୍ରୟାସ ଜାରି ରଖିଛନ୍ତି। ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କ ମୁମ୍ବାଇ ନାଇଟ୍‌ ଲାଇଫ୍‌ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହି ଯୋଜନା ଅନ୍ତର୍ଗତ ଜାନୁୟାରୀ ୨୭ଠାରୁ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ୍‌ ଏବଂ ନରିମାଣ ପଏଣ୍ଟ ଆଦି କେତେକ ଅଞ୍ଚଳରେ ଦିନ ରାତି ୨୪ ଘଣ୍ଟା ରେଷ୍ଟୁରାଣ୍ଟ୍‌,ମଲ୍‌, ମଲ୍ଟିପ୍ଲେକ୍ସ୍‌, ପବ୍‌ ଏବଂ ବିଭିନ୍ନ ଦୋକାନ ଖୋଲା ରହିବ। ତେବେ ଏନେଇ କାହା ଉପରେ ଚାପ ପକାଯିବ ନାହିଁ ଅବା ଏହା ବାଧ୍ୟତା ମୂଳକ ନୁହେଁ। ଏସବୁ ଖୋଲା ରହିବ କି ନାହିଁ ତାହା ସମ୍ପୃକ୍ତ ମାଲିକଙ୍କ ଉପରେ ହିଁ ନିର୍ଭର କରିବ ବୋଲି କ୍ୟାବିନେଟ୍‌ ପକ୍ଷରୁ କୁହାଯାଇଛି।

Share