୨୪ ଘଣ୍ଟାରେ ୭୯୬ ନୂଆ କରୋନା ରୋଗୀ, ୩୫ ମୃତ

ନୂଆଦିଲ୍ଲୀ,୧୩।୪: ଭାରତରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କରୋନା ଭାଇରସ୍‌ର ୭୯୬ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୩୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୪୧ ଜଣ ସୁସ୍ଥ ହୋଇଥିବା ନେଇ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧୫୨ ଟପିଛି। ଏଥିସହ ଦେଶରେ ଏପର୍ଯ୍ୟନ୍ତ ୮୫୭ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଲଭ ଅଗ୍ରଓ୍ବାଲ କହିଛନ୍ତି।

Share