୨୪ ଘଣ୍ଟାରେ ୧,୪୦୯ ନୂଆ ସଂକ୍ରମିତ: ୭୮ ଜିଲା କରୋନା ମୁକ୍ତ

ନୂଆଦିଲ୍ଲୀ,୨୩।୪: ଦେଶରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧,୪୦୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୨୧,୩୯୩। ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲ ଏହି ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୪,୨୫୭ ରୋଗୀ ଆରୋଗ୍ୟ ଲାଗ ଭରିଥିବା ବେଳେ ପାଖାପାଖି ୨୦ ପ୍ରତିଶତ ରୋଗୀ ଏପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ସେ ସୂଚନା ଦେଇଛନ୍ତି। ଗୋଟିଏ ଦିନରେ ୩୮୮ ରୋଗୀ ସୁସ୍ଥ ହେବା ଭଲ ଲକ୍ଷଣ ବୋଲି ସେ କହିଛନ୍ତି। ୨୮ ଦିନ ମଧ୍ୟରେ ଦେଶର ୧୨ ଜିଲାରେ ନୂଆ ରୋଗୀ ଚିହ୍ନଟ ହୋଇ ନ ଥିବା ବେଳେ ୨୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୭୮ ଜିଲା ଏବେ କରୋନା ମୁକ୍ତ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।

Share